ETV Bharat / city

ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ଅଭିଯୋଗ କଲେ ବିଜେପି ନେତା

author img

By

Published : Jul 16, 2021, 8:27 PM IST

ଫିଲଡ଼ ଭିଜିଟରେ ଯାଉଥିଲେ ମନ୍ତ୍ରୀ ଅରୁଣ ସାହୁ, ରାସ୍ତାରେ ମନ୍ତ୍ରୀଙ୍କ ଗାଡିକୁ ଅଚାନକ ଅଟକାଇ ଅଭିଯୋଗ ଜଣାଇଲେ ବିଜେପି ନେତା । ଅଧିକ ପଢ଼ନ୍ତୁ...

BJP leader stopped the car of minister, minister Aruna sahu in sambalpur, sambalpur Visit, bjp leader complained,  ଅଭିଯୋଗ କଲେ ବିଜେପି ନେତା, ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ଅଭିଯୋଗ, ମନ୍ତ୍ରୀ ଅରୁଣ ସାହୁ, ସମ୍ବଲପୁର ଗସ୍ତରେ ମନ୍ତ୍ରୀ ଅରୁଣ ସାହୁ
ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ଅଭିଯୋଗ କଲେ ବିଜେପି ନେତା

ସମ୍ବଲପୁର: ଜିଲ୍ଲାକୁ ଗସ୍ତ କରିଥିଲେ ମନ୍ତ୍ରୀ ଅରୁଣ ସାହୁ। ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଚିପିଲିମା ଅଞ୍ଚଳରେ ଥିବା ମତ୍ସ୍ୟ ଯାଆଁଳା କେନ୍ଦ୍ରକୁ ନିଜ ଗାଡ଼ିରେ ଯାଉଥିବା ସମୟରେ ଅଚାନକ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇଥିଲେ କିଛି ଲୋକ । ଆଉ ସେହି ଲୋକ ମାନେ ଥିଲେ କିଛି ସ୍ଥାନୀୟ ବିଜେପି ନେତା ଆଉ ମନ୍ତ୍ରୀଙ୍କ ଆଗରେ ରଖିଥିଲେ କିଛି ଅଭିଯୋଗ ।

ସୂଚନା ଅନୁସାରେ ମନ୍ତ୍ରୀଙ୍କ ଗାଡ଼ି ଅଟକାଇବା ବେଳେ ସମସ୍ତେ ଭାବିଥିଲେ ମନ୍ତ୍ରୀଙ୍କୁ ବିରୋଧ ହେବ, କଳା ପତାକା ପ୍ରଦର୍ଶନ ଅଥବା ଅଣ୍ଡା ମାଡ଼ ହେବ। ତେବେ ସେମିତି କିଛି ହୋଇନଥିଲା। ବିଜେପି ନେତାଙ୍କୁ ଦେଖି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ କାରରୁ ବାହାରି ସମସ୍ୟା କଣ ବୋଲି ପଚାରି ଥିଲେ। ଏହାପରେ ବିଜେପି ନେତା ସମୀର ରଞ୍ଜନ ବାବୁ ଅନ୍ୟ କିଛି ବିଜେପି କର୍ଯ୍ୟକର୍ତ୍ତାଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଆଗରେ ନିଜର କିଛି ଅଭିଯୋଗ ରଖିଥିଲେ।

ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ଅଭିଯୋଗ କଲେ ବିଜେପି ନେତା

ଏପରିକି ସ୍ଥାନୀୟ ବିଜେପି ବିଧାୟକ ନାଉରୀ ନାଏକଙ୍କୁ କାହିଁକି ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ବିଜେପି ନେତା। ମନ୍ତ୍ରୀ ମଧ୍ୟ ଗାଡ଼ିରୁ ବାହାରି ଅଧଘଣ୍ଟା କାଳ ବିଜେପି ନେତାଙ୍କ ଠାରୁ ଧୈର୍ଯ୍ୟର ସହ ସମସ୍ତ ଅଭିଯୋଗ ଶୁଣିଥିଲେ।

ମନ୍ତ୍ରୀ ଅରୁଣ ସାହୁଙ୍କୁ ବିଜେପି ନେତା ମାନେ ନିଜ ଅଞ୍ଚଳର ସମସ୍ୟା ଜଣାଇବା ସହ ଅଭିଯୋଗ ବଖାଣିଥିଲେ। ମନ୍ତ୍ରୀ ମଧ୍ୟ ନିଜ ରାସ୍ତା ଉପରେ ଛିଡା ହୋଇ ବିଜେପି ନେତାଙ୍କ ଠାରୁ ଅଭିଯୋଗ ଶୁଣି ହସି ହସି ସେମାନଙ୍କ ସହ କଥା ହେବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ବିଜେପି ନେତା ମାନେ କୃଷି, ଉଦ୍ୟାନ କୃଷି ବିଭାଗ, ଗୋପାଳନ, ମତ୍ସ୍ୟ ଚାଷ ତଥା କୃଷକ ମାନଙ୍କ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହ ଶୁକ୍ରବାରର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ବିଧାୟକଙ୍କୁ ଆମନ୍ତ୍ରଣ କରାଯାଇନଥିବାରୁ ବିଜେପି ନେତା ମାନେ କ୍ଷୋଭ ପ୍ରକଟ କରିଥିଲେ । ଅନ୍ୟ ପଟେ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ବାସନା ଦେଇଥିଲେ।

ଶାସକ ଦଳର ଜଣେ ମନ୍ତ୍ରୀ ବିରୋଧୀ ଦଳର କିଛି ନେତା ଓ କର୍ଯ୍ୟକର୍ତ୍ତାଙ୍କ ସହ ଏଭିଳି ଆଲୋଚନା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଏହା ସୁସ୍ଥ ଗଣତନ୍ତ୍ରର ପରିଚୟ ବୋଲି କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.