ETV Bharat / city

ବର୍ଣ୍ଣ ବୈଷମ୍ୟକୁ ବିରୋଧ କରି ଟ୍ରେଡ଼ ୟୁନିଅନର ପ୍ରତିବାଦ

author img

By

Published : Jun 24, 2020, 4:20 PM IST

ରାଉରକେଲା ୱାର୍ଲଡ ଫେଡେରେସନ ଅଫ ଟ୍ରେଡ୍ ୟୁନିଅନ ଡାକରାରେ ବିଭିନ୍ନ ଟ୍ରେଡ଼ ୟୁନିଅନ ପକ୍ଷରୁ ବର୍ଣ୍ଣ ବୈଷମ୍ୟ ଓ ବିଭେଦକାରୀ ଶକ୍ତିଙ୍କ ବିରୋଧରେ ପ୍ରତିବାଦ ଦିବସ ପାଳନ କରଯାଇଛି ।

trade union protest
ଟ୍ରେଡ଼ ୟୁନିଆନର ପ୍ରତିବାଦ

ରାଉରକେଲା: ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ପ୍ରତିବାଦ । ରାଉରକେଲା ୱାର୍ଲଡ ଫେଡେରେସନ ଅଫ ଟ୍ରେଡ୍ ୟୁନିଅନ ଡାକରାରେ ବିଭିନ୍ନ ଟ୍ରେଡ଼ ୟୁନିଅନ ପକ୍ଷରୁ ବର୍ଣ୍ଣ ବୈଷମ୍ୟ ଓ ବିଭେଦକାରୀ ଶକ୍ତିଙ୍କ ବିରୋଧରେ ପ୍ରତିବାଦ ଦିବସ ପାଳନ କରଯାଇଛି ।

ଟ୍ରେଡ଼ ୟୁନିଆନର ପ୍ରତିବାଦ

ବୁଧବାର ଉଦିତନଗର ଆମ୍ବେଦକର ଛକରେ CITU, AITUC , AIUTUC ,AICCTUର ନେତାମାନେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏମାନଙ୍କ କହିବାନୁସାରେ, ବିଶ୍ବରେ ଥିବା କିଛି ନିର୍ଦ୍ଧିଷ୍ଟ କୁଚକ୍ରି ଗୋଷ୍ଠୀ ଜାତି ଓ ଧର୍ମ ନାଁରେ ମଣିଷ ଜାତିକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ବିରୋଧ କରି ବିଶ୍ଵବ୍ୟାପୀ ଏହି ପ୍ରତିବାଦ ପାଳନ କରାଯାଇଛି । ନେତାମାନେ ହାତରେ ବ୍ୟାନର ପୋଷ୍ଟର ଧରି ପ୍ରତିବାଦ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.