ETV Bharat / city

ସୁନ୍ଦରଗଡ ଏସପିଙ୍କ ନାମରେ ପୋଲିସର ମାମଲା ରୁଜୁ

author img

By

Published : Aug 18, 2019, 9:16 AM IST

ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରଙ୍କ ନାମରେ ହେମଗିରି ଥାନାରେ ମାମଲା । ସୁନ୍ଦରଗଡ ଏସଡିଜେଏମଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ।

ଡିଜାଇନ ଫଟୋ

ରାଉରକେଲା: ଏସପିଙ୍କ ନାମରେ ମାମଲା । ସୁନ୍ଦରଗଡ ଏସଡିଜେଏମଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ । ଜଣେ ମହିଳାଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ପିଟିସନର ବିଚାର କରି କୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ହେମଗିରି ଥାନାରେ ମାମଲା ହୋଇଛି । ହେମିଗିରି ଅଞ୍ଚଳର କନିକା ଗ୍ରାମର ପ୍ରିୟା ଦେଙ୍କୁ 4 ଜୁଲାଇରେ ଏସପି ହତ୍ୟା ଧମକ ଦେବା ସହ ମାଡ ମାରିଥିଲେ । ଫଳରେ ତାଙ୍କର ଗର୍ଭପାତ ହୋଇଥିବା ଦର୍ଶାଇ ସେ ଏସଡିଜେଏମ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ପିଟିସନକୁ ଏସଡିଜେଏମ୍‌ ଗ୍ରହଣ କରିବା ସହ ହେମଗିରି ଥାନାରେ ଏନେଇ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପରେ ଏସପିଙ୍କ ନାମରେ ମାମଲା ହୋଇଥିବା ହେମଗିରି ପୋଲିସ କୋର୍ଟକୁ ଅବଗତ କରାଇଛନ୍ତି । ପ୍ରିୟାଙ୍କ ପିଟିସନ ଅନୁଯାୟୀ, ଏସପି ସୌମ୍ୟା ମିଶ୍ର ପୋଲିସ ଟିମ୍‌ ସହିତ ତାଙ୍କ ଘରେ ପଶିବା ସହ ଗର୍ଭବତୀ ଥିବା ପ୍ରିୟା ଦେଙ୍କୁ ମାଡ ମାରିଥିଲେ । ଏହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ସେ ଦେଇଥିବା ପ୍ରିୟା ପିଟିସନରେ ଦର୍ଶାଇଥିଲେ । ଏହି ଘଟଣାରେ ମହିଳା ଜଣଙ୍କ ମାନସିକ ଚାପରେ ଥିବା ଯୋଗୁଁ କିଛି ଦିନ ପରେ ତାଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ କରି ସେ ଆଇନର ଆଶ୍ରୟ ନେଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Od_rkl_1_case against sp_avb_7204000Body:Od_rkl_1_case against sp_avb_7204000Conclusion:Od_rkl_1_case against sp_avb_7204000
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.