ETV Bharat / city

ଓଡିଶୀ ନୃତ୍ୟାଙ୍ଗନା ବେଶରେ ଆସିଲେ, ଫୁଲ-ଧୂପ ଧରି ଧାରଣା ଦେଲେ ରାନୀ ପଣ୍ଡା

author img

By

Published : Jul 30, 2021, 7:42 PM IST

ବଡଦାଣ୍ଡରେ ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ଆସି ଧାରଣାରେ ବସିଛନ୍ତି ଯାତ୍ରା ନାୟିକା ରାନୀ ପଣ୍ଡା । ଅଧିକ ପଢନ୍ତୁ...

କାର୍ଯ୍ୟାନୁଷ୍ଠାନ ଦାବିରେ ବଡଦାଣ୍ଡରେ ରାଣୀ ପଣ୍ଡାଙ୍କ ଧାରଣା, କହିଲେ ନ ହେଲେ ଦେଖିବ ଉଗ୍ରରୂପ
କାର୍ଯ୍ୟାନୁଷ୍ଠାନ ଦାବିରେ ବଡଦାଣ୍ଡରେ ରାଣୀ ପଣ୍ଡାଙ୍କ ଧାରଣା, କହିଲେ ନ ହେଲେ ଦେଖିବ ଉଗ୍ରରୂପ

ପୁରୀ: ପୁଣି ଚର୍ଚ୍ଚାରେ ଯାତ୍ରା ନାୟିକା ରାନୀ ପଣ୍ଡା । ବଡ ଦାଣ୍ଡରେ ବସିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ବେଶରେ । ତେବେ ବଡଦାଣ୍ଡରେ କୌଣସି ନୃତ୍ୟ ପରିବେଷଣ କରିବାକୁ ନୁହେଁ, ବରଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ଯୁବକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଏଭଳି ଢଙ୍ଗରେ ରାନୀ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

କାର୍ଯ୍ୟାନୁଷ୍ଠାନ ଦାବିରେ ବଡଦାଣ୍ଡରେ ରାଣୀ ପଣ୍ଡାଙ୍କ ଧାରଣା, କହିଲେ ନ ହେଲେ ଦେଖିବ ଉଗ୍ରରୂପ

କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ଦିଲ୍ଲୀପ ବିନ୍ଧାଣି ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରିଥିଲେ । ଏହା ଅଭିଯୋଗରେ ଗତ ୨୩ ତାରିଖ ଦିନ ସିଂହଦ୍ଵାର ଥାନାରେ ଯାତ୍ରା ନାୟିକା ରାଣୀ ପଣ୍ଡା ଏତଲା ଦେଇଥିଲେ । ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। କିନ୍ତୁ ଆଜି ଯାଏଁ ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ନ ନେବାରୁ ପୁନର୍ବାର ରାଣୀପଣ୍ଡା ଆଜି ଓଡିଶୀ ନୃତ୍ୟାଙ୍ଗନା ବେଶରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିଛନ୍ତି ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ମହାପ୍ରଭୁଙ୍କ ଫଟୋଚିତ୍ର, ଫୁଲ ଧୂପ ଧରି ଧାରଣା ଦେଇଛନ୍ତି । ଯଦି ପୋଲିସ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ତାଙ୍କର ଉଗ୍ରରୂପ ଦେଖିବେ ବୋଲି ଚେତାବନୀ ଦେଇଛନ୍ତି ରାଣୀ ପଣ୍ଡା ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.