ETV Bharat / city

କେନ୍ଦୁଝର ରଥକୁ ବିଶ୍ବର ଉଚ୍ଚତମ ରଥର ମାନ୍ୟତାକୁ ପୁରୀ ସେବାୟତଙ୍କ ବିରୋଧ

author img

By

Published : Jun 26, 2022, 6:28 PM IST

Updated : Jun 26, 2022, 8:01 PM IST

ବିଶ୍ଵରେ ସବୁଠୁ ଉଚ୍ଚତମ ରଥ ଭାବେ କେନ୍ଦୁଝର ରଥକୁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ(Guinness Book of World Records)ରେ ସ୍ଥାନ ପାଇବା ପରେ ଉଦବେଗ ପ୍ରକାଶ କଲେ ପୁରୀ ସେବାୟତ । ଅଧିକ ପଢନ୍ତୁ

କେନ୍ଦୁଝର ରଥକୁ ବିଶ୍ବର ଉଚ୍ଚତମ ରଥର ମାନ୍ୟତାକୁ ପୁରୀ ସେବାୟତଙ୍କ ବିରୋଧ
କେନ୍ଦୁଝର ରଥକୁ ବିଶ୍ବର ଉଚ୍ଚତମ ରଥର ମାନ୍ୟତାକୁ ପୁରୀ ସେବାୟତଙ୍କ ବିରୋଧ

ପୁରୀ: ବିଶ୍ଵରେ ସବୁଠୁ ଉଚ୍ଚତମ ରଥ ଭାବେ କେନ୍ଦୁଝର ରଥକୁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ(Guinness Book of World Records)ରେ ସ୍ଥାନ ପାଇବାକୁ ନେଇ ପୁରୀ ସେବାୟତଙ୍କ ବିରୋଧ । ପୁରୀରେ ମହାପ୍ରଭୁଙ୍କ ରଥ ପରମ୍ପରାକୁ ଅଣଦେଖା କରି କେନ୍ଦୁଝର ରଥକୁ ବିଶ୍ଵର ସବୁଠୁ ବଡ ରଥ ଭାବେ ମାନ୍ୟତା ମିଳିବା ପରେ ପୁରୀ ସେବାୟତ କ୍ଷୋଭ ବ୍ୟକ୍ତ କରିଛନ୍ତି ।

କେନ୍ଦୁଝର ରଥକୁ ବିଶ୍ବର ଉଚ୍ଚତମ ରଥର ମାନ୍ୟତାକୁ ପୁରୀ ସେବାୟତଙ୍କ ବିରୋଧ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନାମ ଅନୁଯାୟୀ ବଡ ଠାକୁର, ବଡ ଦେଉଳ, ବଡ ଦାଣ୍ଡ, ବଡ ପଣ୍ଡା ଆଦି ନାମରେ ପରମ୍ପରା ରହିଛି । ଯାହାକୁ ସମସ୍ତେ ଅନୁସରଣ କରୁଛନ୍ତି । କିନ୍ତୁ ପ୍ରତିଯୋଗିତାମୂଳକ ମନୋଭାବ ନେଇ କେତେକ ଅନୁଷ୍ଠାନ ଯେଭଳି ମହାପ୍ରଭୁଙ୍କ ରଥର ଉଚ୍ଚତାକୁ ନମାନି ଅଧିକ ଉଚ୍ଚତା ରଥ କରିଛନ୍ତି ତାହା ଠିକ୍ ନୁହେଁ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନ ପାଇଁ ଏହା ଭୁଲ ବାର୍ତ୍ତା ଦେବ ବୋଲି କହିଛନ୍ତି ସେବାୟତ ।

ଏଣୁ ଏହି ପରମ୍ପରା ବିରୋଧୀ କାର୍ଯ୍ୟରୁ ଉକ୍ତ ବ୍ୟକ୍ତିମାନେ ନିବୃତ ରହିବାକୁ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି । ସେପଟେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର ମଧ୍ୟ ଏହି ପ୍ରସଙ୍ଗ ଉପରେ ଉଦବେଗ ପ୍ରକାଶ କରିଛନ୍ତି । ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ କରିଥିବା ଅନୁଷ୍ଠାନ, ବ୍ୟକ୍ତି ବିଶେଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସେବାୟତମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିନାୟକ ଦାସ ମହାପାତ୍ର ଚେତାବନୀ ଦେଇଛନ୍ତି ।



ଇଟିଭି ଭାରତ, ପୁରୀ

Last Updated : Jun 26, 2022, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.