ETV Bharat / city

କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ ମାମଲା; ବିଧାୟକ ଉମାଙ୍କୁ ପୋଲିସର ନୋଟିସ

author img

By

Published : Oct 10, 2020, 8:05 PM IST

କୋଭିଡ ଗାଇଡ଼ ଲାଇନ ନିୟମ ଉଲ୍ଲଂଘନ କୁ ନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ହୋଇଛି । ଅଧିକ ପଢନ୍ତୁ..

satyabadi-mla-umakant-samantaray
satyabadi-mla-umakant-samantaray

ପୁରୀ: କୋଭିଡ ଗାଇଡ଼ ଲାଇନ ନିୟମ ଉଲଘଂନକୁ ନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ହୋଇଛି । ଉମାଙ୍କ ସରକାରୀ ବାସଭବନରେ ସମୁଦ୍ର କୂଳ ଥାନାର ଟିମ୍ ପହଞ୍ଚି ଏ ନେଇ ନୋଟିସ ଦେବା ସହ ଉକ୍ତ ମାମଲା ସଂପର୍କରେ ତଦନ୍ତ କରିଛନ୍ତି । ତେବେ ମାମଲା କୁ ନେଇ ତଦନ୍ତ ରେ ପୋଲିସ କୁ ସହଯୋଗ କରିବା ପାଇଁ ଉମା ସାମନ୍ତରାୟଙ୍କୁ ନୋଟିସ୍ କରାଯାଇଛି ।

କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ ମାମଲା; ବିଧାୟକ ଉମାଙ୍କୁ ପୋଲିସର ନୋଟିସ
କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ ମାମଲା; ବିଧାୟକ ଉମାଙ୍କୁ ପୋଲିସର ନୋଟିସ

କୋଭିଡ୍ ପଜିଟିଭ ଥାଇ ମଧ୍ୟ ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ଉମାକାନ୍ତ ସାମନ୍ତରାୟ । କୋରୋନା ଆକ୍ରାନ୍ତ ଥାଇ ବି ସେ ସଙ୍ଗରୋଧରେ ନରହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଉଭୟ ବିଜେପି ଯୁବ ମୋର୍ଚ୍ଚା ଏବଂ ଜଗନ୍ନାଥ ସେନା । ସେପଟେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ନେଇ ନିଜ ଭୁଲକୁ ସ୍ୱୀକାର କରିଛନ୍ତି ଏବଂ କ୍ଷମା ମାଗିଛନ୍ତି ।

କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ ମାମଲା; ବିଧାୟକ ଉମାଙ୍କୁ ପୋଲିସର ନୋଟିସ
କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ ମାମଲା; ବିଧାୟକ ଉମାଙ୍କୁ ପୋଲିସର ନୋଟିସ

ବିଧାୟକଙ୍କ କହିବାନୁସାରେ, ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ଏବଂ ଅନ୍ତିମ ସଂସ୍କାରରେ ଯୋଗ ଦେବା ମୋର ପାଇଁ ସଂପୂର୍ଣ୍ଣ ଭୁଲ୍ ଥିଲା । ସରକାରଙ୍କ ଆଇନ ଉଦ୍ଧ୍ୱର୍ରେ କେହି ନୁହନ୍ତି । ତେବେ ଆଇନ ଅନୁଯାୟୀ ମୋ ପ୍ରତି ଯେଉଁ ପଦକ୍ଷପେ ନିଆଯିବ ତାକୁ ସେ ମାନିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.