ETV Bharat / city

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ରାୟକୁ ପୁରୀ ବିଧାୟକଙ୍କ ସ୍ବାଗତ

author img

By

Published : Jun 4, 2022, 5:48 PM IST

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ବର୍ଷା ଦିନ ଆସିବା ପୂର୍ବରୁ କାର୍ଯ୍ୟ ସାରିବାକୁ ରାଜ୍ୟ ସରକାରଙ୍କୁ କଲେ ଅନୁରୋଧ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ରାୟକୁ ପୁରୀ ବିଧାୟକଙ୍କ ସ୍ବାଗତ
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ରାୟକୁ ପୁରୀ ବିଧାୟକଙ୍କ ସ୍ବାଗତ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ବର୍ଷା ଦିନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସରିବାକୁ ମତ ରଖିଲେ ପୁରୀ ବିଧାୟକ । ରାଜ୍ୟ ସରକାରଙ୍କ ଦ୍ଵାରା ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ କେବେବି ବିରୋଧ କରିନଥିବା କହିଛନ୍ତି ବିଧାୟକ ଷଡଙ୍ଗୀ ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ରାୟକୁ ପୁରୀ ବିଧାୟକଙ୍କ ସ୍ବାଗତ

ସେ କହିଛନ୍ତି ଯେ, 'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅନେକ ମଠ, ଦୋକାନ ଗୃହ, ଲଜିଂ, ବାସଗୃହ ଉଚ୍ଛେଦ କରାଯାଇଛି । ଯଦି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ବାଧା ଆସେ କୌଣସି ଲାଭ ହେବ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଲେ ଭକ୍ତମାନେ ଅନେକ ସୁବିଧା ପାଇବେ । ପୁରୀ ବାସିନ୍ଦା ବି ଅନେକ ଉପକୃତ ହେବେ । ଅନେକ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ରହିବ । ଶ୍ରୀମନ୍ଦିର ଚାରିପାଖରେ ରହୁଥିବା ବାସିନ୍ଦା ଦୀର୍ଘ ବର୍ଷ ହେବ ଯାତାୟତ ନେଇ ଯେଉଁ ଅସୁବିଧା ଭୋଗୁ ଥିଲେ ତାହା ଦୂର ହେବ ।'

ଆଗକୁ ବର୍ଷା ଆସୁଛି । ବଡ଼ ବଡ଼ ଗାତ ଖୋଳା ଯାଇ ଥିବାବେଳେ ପ୍ରକଳ୍ପ କାର୍ଯ୍ୟ ନ ହେଲେ ବଡ଼ ବଡ଼ ଗାତରେ ପାଣି ଜମି ଶ୍ରୀମନ୍ଦିରକୁ ବଡ଼ ବିପଦ ହେବ । କୌଣସି ବାଦ ବିବାଦ ନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଆଲୋଚନା କରି ଯାହା କିଛି ସମସ୍ୟା ରହିଛି ସମାଧାନ କରି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମତ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.