ETV Bharat / city

ମହାରଥୀଙ୍କ ଶେଷକୃତ୍ୟରେ ଯୋଗ ଦେଇଥିବା ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଏତଲା

author img

By

Published : Oct 5, 2020, 5:23 PM IST

Updated : Oct 5, 2020, 6:02 PM IST

ରବିବାର ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କୋଭିଡ ନିୟମ ଉଲ୍ଲଘଂନ ନେଇ ଏତଲା ଦାୟର କଲା ପୁରୀ ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ଗଣଶିକ୍ଷା ମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କୋରୋନା କଟକଣା ଉଲ୍ଲଘଂନକୁ ନେଇ ବିଜେପିର ଏତଲା
ଗଣଶିକ୍ଷା ମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କୋରୋନା କଟକଣା ଉଲ୍ଲଘଂନକୁ ନେଇ ବିଜେପିର ଏତଲା

ପୁରୀ: ସ୍ବର୍ଗଦ୍ବାରରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ କୋଭିଡ ଗାଇଡ଼ ଉଲ୍ଲଘଂନ ନେଇ ପୁରୀ ବିଜେପିର ଏତଲା । ଗଣଶିକ୍ଷା ମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକ କୋଭିଡ ନିୟମ ଉଲ୍ଲଘଂନ ନେଇ ଏତଲା ଦାୟର କରାଯାଇଛି ।

ଗଣଶିକ୍ଷା ମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କୋରୋନା କଟକଣା ଉଲ୍ଲଘଂନକୁ ନେଇ ବିଜେପିର ଏତଲା

ସ୍ବର୍ଗଦ୍ବାରରେ ପିପିଲି ବିଧାୟକ ପ୍ରଦୀପ ମହରଥୀଙ୍କ ଶେଷକୃତ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସାମିଲକୁ ନେଇ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ବିରୋଧ କରିଛନ୍ତି । ଦୁଇ ଜଣ କୋଭିଡ ପଜିଟିଭ ଥିବା ବେଳେ ଆଇସୋଲେସନ ରହିବା ପରିବର୍ତେ ଖୋଲାଖୋଲି ନିୟମ ଭାଙ୍ଗି ଶେଷ କୃତ୍ୟ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ଦ୍ବାରା ସରକାରୀ ନିୟମ ଭଙ୍ଗ ସହ କୋଭିଡ ସଂକ୍ରମଣ ଆଶଙ୍କା ଅଧିକ ରହିଛି । ମନ୍ତ୍ରୀ ସମୀର ଦାସ ଓ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ବିଜେପି ପକ୍ଷରୁ ପୁରୀ ସମୁଦ୍ରକୁଳ ଥାନା ରେ ଏତଲା ଦିଆଯାଇଛି । କୋଭିଡ ଗାଇଡଲାଇନ ଉଲ୍ଲଘଂନ ଅଭିଯୋଗରେ ମନ୍ତ୍ରୀ ଓ ବିଧାୟକଙ୍କୁ ପୋଲିସ କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ପୁରୀ ବିଜେପି ଦାବି କରିଛି । କୋଭିଡ ଗାଇଡ଼ ଲାଇନ ଆଳରେ ପ୍ରଶାସନ ଅନେକ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ଏହି ନିୟମ ଖୁଲମ ଖୁଲା ଉଲ୍ଲଘଂନ କେତେ ଦୂର ଠିକ ବୋଲି ବିଜେପି ପ୍ରଶ୍ନ କରିଛି ।

ଗଣଶିକ୍ଷା ମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କୋରୋନା କଟକଣା ଉଲ୍ଲଘଂନକୁ ନେଇ ବିଜେପିର ଏତଲା
ଗଣଶିକ୍ଷା ମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କୋରୋନା କଟକଣା ଉଲ୍ଲଘଂନକୁ ନେଇ ବିଜେପିର ଏତଲା

ଏ ନେଇ ସରକାର କାର୍ଯ୍ୟନୁଷ୍ଠାନ ନ ନେଲେ ପୁରୀ ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ ନେଇ ଚେତାବନୀ ଦିଆଯାଇଛି । ସେପଟେ ପୁରୀ ଏସପି ଅଖିଳେଶ୍ବର ସିଂ ଙ୍କ ଏ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ପୂର୍ବରୁ ପୁରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ କୋରୋନା ଗାଇଡଲାଇନ ଉଲ୍ଲଘଂନ ନେଇ ମନ୍ତ୍ରୀ ଓ ବିଧାୟକଙ୍କୁ ବିରୋଧରେ ପୁରୀ ଟାଉନ ଥାନାରେ ଏତଲା ଦାୟର କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Oct 5, 2020, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.