ETV Bharat / city

Cyclone Jawad Impact: ଅଧାରୁ ବାତିଲ ହେଲା କୋଣାର୍କ ମହୋତ୍ସବ

author img

By

Published : Dec 3, 2021, 4:37 PM IST

ପୁରୀ କୋଣାର୍କ ଚନ୍ଦ୍ରଭାଗା କୂଳରେ ଚାଲିଥିବା ଆନ୍ତର୍ଜାତୀୟ ବାଳୁକା ମହୋତ୍ସବ( International Sand Art Festival) ଓ କୋଣାର୍କ ମହୋତ୍ସବ (Konark Festival) ମଧ୍ୟ ଅଧାରୁ ବାତିଲ ହୋଇଯାଇଛି (Konark Festival cancelled in view of CycloneJawad) । ଏହା ଡିସେମ୍ବର 1 ରୁ 5 ଯାଏଁ ହୋଇଥାନ୍ତା । ଅଧିକ ପଢନ୍ତୁ

Cyclone Jawad Impact Alert
Cyclone Jawad Impact Alert

ପୁରୀ: ପୁଣି ଥରେ ରାଜ୍ୟ ସମ୍ମୁଖିନ ହେବାକୁ ଯାଉଛି ସାମୁଦ୍ରିକ ଝଡ ‘ବାତ୍ୟା ଜୱାଦ’ । ବଙ୍ଗୋପସାଗର (Bay of Bengal ) ରେ ବଳ ଗୋଟାଇ ଆନ୍ଧ୍ର-ଓଡିଶା ଉପକୂଳକୁ ମୁହାଁଉଛି ଜୱାଦ (Cyclone Jawad) । ଏହା ଆସନ୍ତାକାଲି ବିଶାଖାପାଟଣା ରୁ ଓଡିଶାର ଗୋପାଳପୁର(Visakhapatnam to Gopalpur Odisha) ମଧ୍ୟରେ ଆସି ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

Cyclone Jawad Impact Alert ବାତିଲ ହେଲା କୋଣାର୍କ ମହୋତ୍ସବ

ଫଳରେ ପୁଣି ଥରେ ରାଜ୍ୟର ଉପକୂଳ ତଥା ପୁରୀରେ ବାତ୍ୟା ଲ୍ୟାଣ୍ଡଫଲ ଆକଳଣ ପାଣିପାଗ ବିଭାଗ କରିବା ପରେ ରାଜ୍ୟ ସରକାର ମୁକାବିଲା ପାଇଁ ପୁରା ମେଗା ପ୍ରସ୍ତୁତି କରିଦେଇଛନ୍ତି । ଉପକୂଳ ଜିଲ୍ଲା ଗୁଡିକରେ ହେଉଥିବା ବା 6 ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି ।

ଫଳ ସ୍ବରୂପ ଚଳିତ ମାସ ପ୍ରଥମରୁ ପୁରୀ କୋଣାର୍କ ଚନ୍ଦ୍ରଭାଗା କୂଳରେ ଚାଲିଥିବା ଆନ୍ତର୍ଜାତୀୟ ବାଳୁକା ମହୋତ୍ସବ( International Sand Art Festival) ଓ କୋଣାର୍କ ମହୋତ୍ସବ (Konark Festival) ମଧ୍ୟ ଅଧାରୁ ବାତିଲ ହୋଇଯାଇଛି (Konark Festival cancelled in view of CycloneJawad)। ଏହା ଡିସେମ୍ବର 1 ରୁ 5 ଯାଏଁ ହୋଇଥାନ୍ତା । ତେବେ ବାତ୍ୟା ଜୱାଦ ଆସୁଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଏହି 2 କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ଅଧାରୁ ବାତିଲ କରିଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.