ETV Bharat / city

ସତ୍ୟବାଦୀ ବିଧାୟକ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jul 25, 2020, 12:22 PM IST

ସତ୍ୟବାଦୀ ବିଧାୟକ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଏସପିଙ୍କୁ ଦାବିପତ୍ର ଦେଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ.....

Demands action against supporters of the truthful legislator
ସତ୍ୟବାଦୀ ବିଧାୟକ ସମର୍ଥକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି

ପୁରୀ : ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସମର୍ଥକମାନେ ସତ୍ୟବାଦୀ ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି । ବିଭିନ୍ନ ସମୟରେ ଦୁର୍ନୀତିକୁ ବିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବିଧାୟକଙ୍କ ସମର୍ଥକମାନେ ମରଣାନ୍ତକ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ରାଜନୈତିକ ଚାପରେ ସତ୍ୟବାଦୀ ଥାନା ପକ୍ଷରୁ ବିଧାୟକଙ୍କ ସମର୍ଥକମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହାର ପ୍ରତିବାଦରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ପୁରୀ ଏସପି ଅଖିଲେଶ୍ବର ସିଂଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଦାବି ପତ୍ର ଦିଆଯାଇଛି ।

ସତ୍ୟବାଦୀ ବିଧାୟକ ସମର୍ଥକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି

ଦାବି ପତ୍ରରେ ଉଲ୍ଲେଖ ରହିଛି ଗତ ଜୁଲାଇ ମାସ 10ରେ ଜଣେ ମଦ ମାଫିଆ କଣାସବଜାରରେ 4 ଜଣ ଯୁବକଙ୍କୁ ଗୋଡାଇ ଗୋଡେଇ ହାଣି ଥିଲେ । ହେଲେ, ଅଭିଯୁକ୍ତ ବିରୋଧରେ ଏ ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ସେହିପରି ଗତ 22 ତାରିଖରେ ବିଧାୟକଙ୍କ ବିରୋଧରେ ଏକ ନ୍ୟୁଜ କରିଥିବା ଜଣେ ସାମ୍ବାଦିକଙ୍କୁ ବିଧାୟକଙ୍କ ସମର୍ଥକ ଆକ୍ରମଣ କରିଥିଲେ ମଧ୍ୟ ପୋଲିସ ଚୁପ ରହିଛି । 2019 ନଭେମ୍ବର 9ରେ ବିଜେପିର କର୍ମୀଙ୍କୁ ଆକ୍ରମଣ ହୋଇଥିଲେ ମଧ୍ୟ ବିଧାୟକଙ୍କ ସମର୍ଥକଙ୍କ ବିରୋଧରେ ପୋଲିସ କୌଣସି ପଦକ୍ଷେପ ନେଉନାହିଁ ।

ଅନ୍ୟପଟେ ସତ୍ୟବାଦୀ ବ୍ଲକ ଗଡ଼ବଳରାମପୁରରେ କେନାଲ କାର୍ଯ୍ୟରେ ଦୁର୍ନୀତି ପ୍ରସଙ୍ଗରେ ବିରୋଧ କରିଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିଲା । ଦିନକୁ ଦିନ ସତ୍ୟବାଦୀରେ ବିଧାୟକଙ୍କ ସମର୍ଥକ ଗୁଣ୍ଡାଗିରି ବଢୁ ଥିବାବେଳେ ଅଞ୍ଚଳ ଅଶାନ୍ତ ହୋଇ ପଡିଛି । ଏଣୁ ପୁରୀ ଏସପି ଏ ନେଇ ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଲେ ଜନସାଧାରଣ ନିରାପଦରେ ରହିବେ ବୋଲି ବିଜେପି କହିଛି । ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀର ବିଜେପି ନେତା ଓଁମ ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଲାର ବହୁ ନେତା ଏସପିଙ୍କୁ ସାକ୍ଷାତ କରିଥିଲେ। ଅନ୍ୟପଟେ ଏହି ଘଟଣା ଗୁଡିକ ଅନୁଧ୍ୟାନ ପରେ ଯାହା ଆଇନ ଅନୁଯାୟୀ ବ୍ୟବସ୍ଥା ଥିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.