ETV Bharat / city

ଦ୍ବିତୀୟ ଦିନରେ ଶୃଙ୍ଖଳାର ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

author img

By

Published : Aug 24, 2021, 5:05 PM IST

ସାଧାରଣ ଦର୍ଶନର ଦ୍ବିତୀୟ ଦିନରେ ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ସାଙ୍ଗରେ ଟିକା ପ୍ରମାଣପତ୍ରର ଜେରକ୍ସ କପି ଆଣିବାକୁ ନିବେଦନ କଲା ପୋଲିସ । ଅଧିକ ପଢନ୍ତୁ....

୨ୟ ଦିନରେ ଶୃଙ୍ଖଳାର ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
୨ୟ ଦିନରେ ଶୃଙ୍ଖଳାର ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ସାଧାରଣ ଦର୍ଶନର ଦ୍ବିତୀୟ ଦିନରେ ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଜିଲ୍ଲା ପ୍ରଶାସନ ପକ୍ଷରୁ କରଯାଇଥିବା ସମସ୍ତ ନିୟମ ମାନି ଭକ୍ତମାନେ ଦର୍ଶନ କରୁଛନ୍ତି । ଡବଲ ଡୋଜ ଟିକା ପ୍ରମାଣପତ୍ର ଅଥବା 96 ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ।

୨ୟ ଦିନରେ ଶୃଙ୍ଖଳାର ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଗତକାଲି ପ୍ରଥମ ଦିନରେ ପାଖାପାଖି 10 ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ସମେତ ଅନେକ ସ୍ବେଚ୍ଛାସେବୀ ରହିଛନ୍ତି । ପ୍ରଥମ ଥର ପାଇଁ ପୁରୀ ପୋଲିସ ଆରମ୍ଭ କରିଛି QR କୋଡ଼ ମାଧ୍ୟମରେ ଭକ୍ତଙ୍କ ଫିଡବ୍ୟାକ ସଂଗ୍ରହ ଅଭଯାନ । ଯେଉଁଥିରେ ଭକ୍ତମାନେ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ନିଜର ଗଠନମୂଳକ ମତାମତ ମଧ୍ୟ ଦେଇପାରିବେ। ଯାହା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିପାରିବ ବୋଲି ପୋଲିସ କହିଛି ।

ତେବେ ଭକ୍ତମାନେ ମୋବାଇଲରେ କୋଭିଡ ରିପୋର୍ଟ କିମ୍ବା ଡବଲ ଡୋଜ ସାର୍ଟିଫିକେଟର ଇ-କପି ନଆଣି, ଜେରକ୍ସ କପି ସାଙ୍ଗରେ ଆଣିବା ପାଇଁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି । ଗତ 12 ଓ 13 ତାରିଖରେ ପ୍ରଥମେ କେଵଳ ସେବାୟତଙ୍କ ପରିବାର ବର୍ଗ, 16 ରୁ 20 ତାରିଖ ଯାଏ କେବଳ ପୁରୀ ପୋରାରାଞ୍ଚଳ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିଥିଲା । ଏହା ଶେଷ ହେବା ପରେ ଗତକାଲିଠାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.