ETV Bharat / city

ନାଲକୋର ସିଏସଆର କାର୍ଯ୍ୟକ୍ରମ

author img

By

Published : Nov 13, 2019, 11:53 PM IST

ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ନାଲକୋ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନକୁ 5ଟି ବ୍ୟାଟେରୀ ଚାଳିତ ଗାଡି ସହ ଏକ ପିସିଆର ଭ୍ୟାନ ପ୍ରଦାନ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁରୀ ସହରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ନାଲକୋ ପକ୍ଷରୁ ଜିଲ୍ଲା ପ୍ରଶାସନକୁ 5ଟି ବ୍ୟାଟେରୀ ଚାଳିତ ଗାଡି ପ୍ରଦାନ କରାଯାଇଛି। ଏହା ସହ ପୁରୀ ପୋଲିସକୁ ନାଲକୋ ଏକ ପିସିଆର ଭ୍ୟାନ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ନାଲକୋ ସିଏମଡି ତପନ ଚାନ୍ଦଙ୍କ ସମେତ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ମଧ୍ୟ ପର୍ଯ୍ୟଟକ ଓ ପୁରୀ ବାସିନ୍ଦାଙ୍କ ସୁବିଧା ନେଇ ନାଲକୋ ନିଜର ସିଏସଆର କାର୍ଯ୍ୟକ୍ରମ ଚାଲୁ ରଖିବ ବୋଲି ନାଲକୋ ସିଏମଡି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ନାଲକୋ ର ସି ଏସ ଆର କାର୍ଯ୍ୟକ୍ରମBody:ଜନସାଧାରଣ ଙ୍କ ସେବା ପାଇଁ ସବୁ କମ୍ପାନୀ ଆଗେଇ ଆସିବା ଉଚିତ। ସେହିଭଳି ପରିବେଶ ପ୍ରଦୂଷଣ ରୋକିବାକୁ ବିଭିନ୍ନ ଅନୁଷ୍ଠାନ ମଧ୍ୟ ଆଗେଇ ଆସିବ ଉଚିତ। ପୁରୀ ରେ ରାଷ୍ଟ୍ରାୟତ ଆଲୁମିନିୟମ କମ୍ପାନୀ ନାଲକୋ ର ସି ଏସ ଆର କାର୍ଯ୍ୟକ୍ରମ ଉଦ୍ଘାଟନ ରେ ଏଭଳି କିଛି ବାର୍ତା ଦେଇଚି ନାଲକୋ। ପୁରୀ ସହରରେ ପର୍ଯ୍ୟଟକ ଙ୍କ ଯାତାୟାତ ରେ ଅନୁକୂଳ ନିମନ୍ତେ 5 ଟୀ ବ୍ୟାଟେରୀ ଚାଳିତ ଗାଡି ଜିଲା ପ୍ରଶାସନ କୁ ପ୍ରଦାନ କରିଛି ନାଲକୋ। ବ୍ୟାଟେରୀ ଚଳିତ ଗାଡି ଦ୍ୱାରା ପରିବେଶ ପ୍ରଦୂଷଣ ରୋକା ଯାଇ ପାରିବ। ସେହିପରି ପୁରୀ ପୋଲିସ କୁ ମଧ୍ୟ ନାଲକୋ ଏକ ଗାଡି ପିସିଆର ଭ୍ୟା ନ ନିମନ୍ତେ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମ ରେ ନାଲକୋ ର ସୀ ଏମ ଡି ତପନ ଚାନ୍ଦ ଙ୍କ ସମେତ ସରକାର ଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ମଧ୍ୟ ପର୍ଯ୍ୟଟକ ଓ ପୁରୀ ବାସିନ୍ଦା ଙ୍କ ସୁବିଧା ନେଇ ନାଲକୋ ନିଜର ସି ଏସ ଆର କାର୍ଯ୍ୟକ୍ରମ ଚାଲୁ ରଖିବ ବୋଲୀ ନାଲକୋ ର ସିଏମଡି କହିଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ଯାଇଛିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.