ETV Bharat / city

କୋଭିଡ୍ ନିୟମ ଉଲ୍ଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଏତଲା

author img

By

Published : Oct 10, 2020, 8:23 AM IST

କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

କୋଭିଡ୍ ନିୟମ ଉଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ
କୋଭିଡ୍ ନିୟମ ଉଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ

ପୁରୀ: କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମହାମାରୀ ଆଇନ ଅନୁସାରେ ପୁରୀ ସମୁଦ୍ରକୂଳ ଥାନା ନିଜ ଆଡୁ ମାମଲା ଦାଏର କରିଛି ।

କୋଭିଡ୍ ନିୟମ ଉଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ
କୋଭିଡ୍ ନିୟମ ଉଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ

ପଜିଟିଭ ଚିହ୍ନଟ ହେବାର 17 ଦିନ ପୂରିବା ପୂର୍ବରୁ ବିଧାୟକ ଉମାକାନ୍ତ ସାମନ୍ତରାୟ ସ୍ବର୍ଗଦ୍ବାର ଆସି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇଥିଲେ । ଯେଉଁଥିଲାଗି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

କୋଭିଡ୍ ନିୟମ ଉଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ
କୋଭିଡ୍ ନିୟମ ଉଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ

ସେପଟେ କୋଭିଡ ପଜିଟିଭ ହେବାର 17 ଦିନ ପରେ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇଥିବାରୁ ମନ୍ତ୍ରୀ ସମୀର ଦାଶଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ନାଁ ମାମଲା ହୋଇନାହିଁ। ।

କୋଭିଡ୍ ନିୟମ ଉଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ
କୋଭିଡ୍ ନିୟମ ଉଲଂଘନ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ମାମଲା ରୁଜୁ

ସୂଚନାଥାଉକି, ଦିବଗଂତ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଉଭୟ ନେତା ସାମିଲ ହୋଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ତେବେ ବିଧାୟକ ଉମାକାନ୍ତଙ୍କର କୋରୋନା ପଜିଟିଭ୍ ଥିବାବେଳେ ନିୟମ ଅନୁସାରେ ସଙ୍ଗରୋଧରେ ରହିବା କଥା । ହେଲେ ଏହାକୁ ବିଧାୟକ ମାନିନଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ବିଜେପି ଯୁବ ମୋର୍ଚ୍ଚା ଓ ଜଗନ୍ନାଥ ସେନା ଏତଲା ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.