ETV Bharat / city

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

author img

By

Published : Oct 17, 2020, 9:38 PM IST

ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିଥିବା ବେଳେ ଶ୍ରୀମନ୍ଦିର ଚାରି ପାଖେ ପାଦରେ ଚାଲି ଚାଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

cm-naveen-patanaik-today-visit-to-puri
cm-naveen-patanaik-today-visit-to-puri

ପୁରୀ: ଶ୍ରୀମନ୍ଦିର ଚାରି ପାଖେ ପାଦରେ ଚାଲି ଚାଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ‘ଅବଢ଼ା’ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଚାରିପାଖରେ ସଂପୂର୍ଣ୍ଣ ପାଦରେ ଚାଲି ଚାଲି ପରିକ୍ରମା କରିଛନ୍ତି ନବୀନ । ତେବେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ନିରାପଦ ପରିକ୍ରମା ବ୍ୟବସ୍ଥାକୁ ଗୁରୁତ୍ବ ସେ ଦେଇଛନ୍ତି। ବୟସ୍କଙ୍କ ପାଇଁ ଯଥେଷ୍ଟ ବିଦ୍ୟୁତ୍‌ ଚାଳିତ ଯାନ ରଖିବାକୁ ନିର୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଜମି ଅଧିଗ୍ରହଣ ପ୍ରକ୍ରିୟା ଜାନୁଆରି ୧ ସୁଦ୍ଧା ସାରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ସେହିପରି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର୍‌ର ବିସ୍ତୃତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଧାଡ଼ି ଓ ଭିଡ଼ ପରିଚାଳନା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲି ନବୀନଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା


ସେହିପରି ଏକ ସମୟରେ ଅଧିକ ଲୋକଙ୍କ ମହାପ୍ରସାଦ ସେବନ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର CESU କଣ୍ଟ୍ରୋଲ ରୁମ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚାରି ପାଖରେ ବୁଲି ସମୀକ୍ଷା କରୁଥିବା ବେଳେ ଉପସ୍ଥିତ ଲୋକଙ୍କୁ ହାତ ହଲେଇ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.