ETV Bharat / city

ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ , ୨ ମୃତ

author img

By

Published : Apr 6, 2021, 2:31 PM IST

ବଡମ୍ବାରେ ସରକାରୀ ଜମିକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ୨ ମୃତ୍ୟୁ ହୋଇଥିବାବେଳେ 20 ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

community  clash in badamba of cuttack 2 death
ବଡମ୍ବାରେ ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ , ୨ ମୃତ

କଟକ: ବଡମ୍ବାରେ ଗୋଷ୍ଠୀ ସଂଘର୍ଷ , ୨ ମୃତ 20 ରୁ ଉର୍ଦ୍ଧ ଆହତ । ବଡମ୍ବା ଥାନା ଅନ୍ତର୍ଗତ କୁଆଁରପାଳ ଗ୍ରାମ ପଞ୍ଚାୟତରେ ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଘଟଣା ସ୍ଥଳରେ ବୋମାମାଡ଼ ସହ ଗୁଳି ଫୁଟିଛି। ଘଟଣା ସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ବଡମ୍ବାରେ ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ , ୨ ମୃତ

ବଡମ୍ବା ଥାନା ଅନ୍ତର୍ଗତ କୁଆଁରପାଳ ଗ୍ରାମ ପଞ୍ଚାୟତରେ ସରକାରୀ ଜମିକୁ ନେଇର ଦୁଇଟି ଗାଁ ଭଗବତପୁର ଓ ବୁଢ଼ାପଙ୍କ ଗ୍ରାମ ମଧ୍ୟରେ ସଙ୍ଘର୍ଷ। ଉଭୟ ଗୋଷ୍ଠୀରୁ ପାଖାପାଖି 20 ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ମାଣିଆବନ୍ଧ ଡାକ୍ତରଖାନା ଓ ପରେ ସମସ୍ତଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଭାଗବତପୁର ଗ୍ରାମର ଅଶ୍ବିନୀ କୁମାର ପାଲ 34 ବର୍ଷଙ୍କ ମାଣିଆବନ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ପୋଲିସ ବର୍ତ୍ତମାନ କିଛି ବୟାନ ଦେବାକୁ ମନାକରିଛି ।

ମୃତ ଅଶ୍ବିନୀ ପାଲ ମୃତଦେହ କୁ 65 ନଂ କଟକ ନରସିଂହପୁର ରାଜ୍ୟ ରାଜପଥରେ ରଖି ରାସ୍ତା ଅବରୋଧ କଲେ ଭାଗବତପୁର ଗ୍ରାମବାସୀ। ଗୋଷ୍ଠୀ ସଂଘର୍ଷରେ କଟକ ବଡ ଡାକ୍ତରଖାନାରେ ଭାଗବତପୁର ଗ୍ରାମର ଏବେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ 26 ବର୍ଷିୟ ପବିତ୍ର ଅକ୍ଷିତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସମ୍ପୂର୍ଣ୍ଣ ଗାଁରେ ପୋଲିସ ମୁତୟନ କରାଯାଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.