ETV Bharat / city

ବର୍ଷା-ଅନୁଭବ ବିବାଦ: ପୁରୀଘାଟ ଥାନାରେ ଏତଲା ୱାର

author img

By

Published : Nov 6, 2020, 12:35 PM IST

ବର୍ଷା-ଅନୁଭବ ବିବାଦରେ ଭିନ୍ନ ମୋଡ । ଘର ମରାମତି ପାଇଁ ଘର ଛାଡୁନଥିବା ଦର୍ଶାଇ ବର୍ଷାଙ୍କ ବିରୋଧରେ ଅନୁଭବ ମା’ଙ୍କ ଥାନାରେ ଏତଲା । ସେପଟେ ପାଲଟା ଏତଲା ଦେଲେ ବର୍ଷା ।

ବର୍ଷା-ଅନୁଭବ ବିବାଦ
ବର୍ଷା-ଅନୁଭବ ବିବାଦ

କଟକ: ତୁଟୁନି ତାରକା ଦମ୍ପତି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ । ବର୍ଷାଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଲେ ଅନୁଭବଙ୍କ ମା’ । ସେପଟେ ବର୍ଷା ମଧ୍ୟ ଥାନାରେ ଆଉ ଏକ ମାମଲା ଦାୟର କରିଥିବା ସୂଚନା ।

ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ସମସ୍ୟା ଏବେ ଭିନ୍ନ ମୋଡରେ ଦେଖିବାକୁ ମିଳିଛି । ସାଂସଦଙ୍କ ଘର ମରାମତି କାର୍ଯ୍ୟ ପାଇଁ ବର୍ଷାଙ୍କୁ 10 ଦିନ ଲାଗି ଘର ଛାଡିବାକୁ ଶାଶୁ କହିଥିବାବେଳେ ସେ ଅରାଜି ହେବାରୁ ଥାନାରେ ଏତଲା ହୋଇଛି ।

ଏନେଇ ଅନୁଭବଙ୍କ ମା’ ଥାନାରେ ଏତଲା ଦାୟର କରିଛନ୍ତି । ଅନ୍ୟପଟେ ଉଦ୍ଧେଶ୍ୟ ମୂଳକ ଭାବରେ ଘର ଛାଡିବା ପାଇଁ କୁହାଯାଇଥିବା ନେଇ ବର୍ଷା ମଧ୍ୟ ପୁରୀଘାଟ ଥାନାରେ ଅନ୍ୟ ଏକ ଏତଲା ଦାୟର କରିଥିବା ଜଣାପଡିଛି । ତେବେ ସ୍ବାମୀ ସ୍ତ୍ରୀ କଳିରେ ଏବେ ଶାଶୁ ବୋହୂଙ୍କ ଏତଲା ୱାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନାଥାଉକି, ସୂଚନାଥାଉକି, ବର୍ଷା ପ୍ରିୟଦର୍ଶିନୀ, ଅନୁଭବଙ୍କ ବିରୋଧରେ ଘରୋଇ ହିଂସାର ମାମଲା କଟକ ଏସଡିଜିଏମ କୋର୍ଟରେ ଦାଖଲ କରିଛନ୍ତି । ସେପଟେ ଅନୁଭବ ମଧ୍ୟ ଦିଲ୍ଲୀର ପଟିଆଲା କୋର୍ଟରେ ଛାଡପତ୍ର ପାଇଁ ମାମଲା ଦାଖଲ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.