ETV Bharat / city

ନାବାଳିକା ଗଣଦୁଷ୍କର୍ମ ମାମଲା, ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

author img

By

Published : Dec 28, 2021, 6:43 PM IST

Updated : Dec 28, 2021, 8:15 PM IST

ଗତିରାଉତ ପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲା । ନିର୍ଦ୍ଦୋଷରେ ଖଲାସ ହେଲେ ୨ ଅଭିଯୁକ୍ତ । ଅଧିକ ପଢନ୍ତୁ

ନାବାଳିକା ଗଣଦୁଷ୍କର୍ମ ମାମଲା, ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ନାବାଳିକା ଗଣଦୁଷ୍କର୍ମ ମାମଲା, ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କଟକ: ଗତିରାଉତ ପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲା । ଏହି ଘଟଣାରେ ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପ୍ରମାଣ ଅଭାବରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ।

ଗତବର୍ଷ ଅକ୍ଟୋବର ମାସରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହେବାପରେ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଗତବର୍ଷ ଅକ୍ଟୋବର ୧୫ ତାରିଖରେ ବିଦ୍ୟାଧରପୁର ସ୍ଥିତ ଗତିରାଉତ ପାଟଣା ଅଞ୍ଚଳରେ ଥିବା ଏକ ଚିକେନ୍ ଦୋକାନରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ୨୨ ଦିନ ଧରି ନାବାଳିକା ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲେ ।

ନାବାଳିକା ଗଣଦୁଷ୍କର୍ମ ମାମଲା, ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଏହି ଘଟଣାରେ CWC ପକ୍ଷରୁ ଏତଲା ଦିଆଯାଇଥିଲା । ତେବେ CWCର ଏତଲା ଆଧାରରେ ୨ ଅଭିଯୁକ୍ତ ରାକେଶ ରାଉତ ଓ ସନ୍ତୋଷ ବେହେରାଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହାର ବିଚାରକରି ମଙ୍ଗଳବାର କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 28, 2021, 8:15 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.