ETV Bharat / city

'ନିର୍ବାଚିତ ପ୍ରତିନିଧି ହିଂସାରେ ସାମିଲ ଘଟଣା ଦୁର୍ଭାଗ୍ୟଜନକ'

author img

By

Published : Mar 28, 2021, 10:48 PM IST

Updated : Mar 28, 2021, 11:02 PM IST

ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ସହ ଭେଟିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

'ହିଂସାରେ ନିର୍ବାଚିତ ପ୍ରତିନିଧିଙ୍କ ସାମିଲ ଦୁର୍ଭାଗ୍ୟଜନକ'
'ହିଂସାରେ ନିର୍ବାଚିତ ପ୍ରତିନିଧିଙ୍କ ସାମିଲ ଦୁର୍ଭାଗ୍ୟଜନକ'

କଟକ: ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ସହ ଭେଟିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପ୍ରତିକ୍ରିୟା । ଅହିଂସାର ପାଠ ପଢ଼ାଉଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚିତ ପ୍ରତିନିଧି ଯଦି ହିଂସାରେ ସାମିଲ୍ ହୁଅନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ସର୍ବେଶ୍ଵର ।

'ନିର୍ବାଚିତ ପ୍ରତିନିଧି ହିଂସାରେ ସାମିଲ ଘଟଣା ଦୁର୍ଭାଗ୍ୟଜନକ'


ଘଟଣାର ଲୋକାୟୁକ୍ତ ତଦନ୍ତ କରିବା ପାଇଁ ନିବେଦନ କରିଥିଲେ । ଏହା ସହ ଡଙ୍କାରୀ ଓ ବିଚାଖଣ୍ଡି ପାହାଡ଼ରେ ବେଆଇନ୍ ଖଣି କାରବାର ଖବର ମଧ୍ୟ ସେ ସାମ୍ନାକୁ ଆଣିଥିଲେ । ତେବେ ଏହି ବିସ୍ଫୋରଣ ଘଟଣାରେ ବିଧାୟକଙ୍କ ସଂପୃକ୍ତି ଅଛି ବୋଲି ସର୍ବେଶ୍ଵରଙ୍କ ପତ୍ନୀ ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି । ତୁରନ୍ତ ସଠିକ୍ ତଦନ୍ତ କରାଯାଇ ଦୁର୍ବୁତ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 28, 2021, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.