ETV Bharat / city

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

author img

By

Published : Sep 14, 2020, 7:40 AM IST

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠାରୁ ଅନୁଷ୍ଠିତ ହେବ । କୋରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ ଅଣାଯାଇଛି । ପରୀକ୍ଷା ୧୦ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ । ଅଧିକ ପଢନ୍ତୁ...

ଆଜି ଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଆଜି ଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠାରୁ ଅନୁଷ୍ଠିତ ହେବ । କୋରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ ଅଣାଯାଇଛି । ପରୀକ୍ଷା ସମୟରେ 2 ଘଣ୍ଟା 30 ମିନିଟ ସମୟ ପରିବର୍ତ୍ତେ 2 ଘଣ୍ଟା କରାଯିବ। ସେହିପରି ପ୍ରତି ବିଷୟ 100 ନମ୍ବର ବଦଳରେ 80 ନମ୍ବରର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେଥିରେ ୩୦ ମାର୍କ ଦୀର୍ଘ ଉତ୍ତର ଓ ୫୦ ମାର୍କ କ୍ଷୁଦ୍ର ଉତ୍ତର ଓଏମଆର ମାଧ୍ୟମରେ କରାଯିବ।

ସବୁ କେନ୍ଦ୍ରରେ କୋଭିଡ ଗାଇଡ ଲାଇନ କଡାକଡି କରାଯାଇଛି । ସକାଳ 09 ଟା ରେ ସମସ୍ତ ପରୀକ୍ଷାକେନ୍ଦ୍ର ଖୋଲାଯିବ । ପରୀକ୍ଷା ୧୦ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ଯାଏ ହେବ । ରାଜ୍ୟରେ ୨୨୬୪୯ ହାଇସ୍କୁଲ ପରୀକ୍ଷାର୍ଥୀ ୧୫୩ ଟି କେନ୍ଦ୍ରରେ ଓ ୧୨୯୩୯ ଓପନ ସ୍କୁଲ ପରୀକ୍ଷାର୍ଥୀ ୮୮ ଟି କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।

ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ୧୩ ଟି ମୂଲ୍ୟାୟନ କେନ୍ଦ୍ର ଓ ଓପନ ସ୍କୁଲ ଖାତାର ମୂଲ୍ୟାୟନ ପାଇଁ ୭ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.