ETV Bharat / city

ଆସନ୍ତାକାଲି କଲମା ଯାତ୍ରା କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

author img

By

Published : May 18, 2022, 4:08 PM IST

ଭାରତୀୟ ଉପଦ୍ବୀପ ନଦୀ ଅବବାହିକା ପରିଷଦ ଓଡିଶା ଶାଖା ପକ୍ଷରୁ ନଦୀ ବଞ୍ଚାଅ ସମ୍ମିଳନୀ କଟକରେ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ନଦୀର ସୁରକ୍ଷା ପାଇଁ ସଂଗ୍ରାମରତ ନଦୀ ସାଥିମାନେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ଆସନ୍ତାକାଲି କଲମା ଯାତ୍ରା କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ
ଆସନ୍ତାକାଲି କଲମା ଯାତ୍ରା କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

କଟକ: ଭାରତୀୟ ଉପଦ୍ବୀପ ନଦୀ ଅବବାହିକା ପରିଷଦ ଓଡିଶା ଶାଖା ପକ୍ଷରୁ ନଦୀ ବଞ୍ଚାଅ ସମ୍ମିଳନୀ କଟକରେ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ନଦୀର ସୁରକ୍ଷା ପାଇଁ ସଂଗ୍ରାମରତ ନଦୀ ସାଥିମାନେ ଯୋଗ ଦେଇଥିଲେ । ବିଶେଷକରି ଭାରତର ଜଳ ମାନବ ଭାବରେ ପରିଚିତ ଡ଼ ରାଜେନ୍ଦ୍ର ସିଂ ଏହି ନଦୀ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଆସନ୍ତାକାଲି କଲମା ଯାତ୍ରା କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ମହାନଦୀର ସୁରକ୍ଷାକୁ ନେଇ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା । ବିଶେଷ କରି ଛତିଶଗଡ଼ ଓ ଓଡିଶା ମଧ୍ୟରେ ମହାନଦୀକୁ ନେଇ ଯେଉଁ ତିକ୍ତତା ଲାଗି ରହିଛି ତାହା ଉପରେ କିପରି ଶୀଘ୍ର ସମାଧାନର ବାଟ ବାହାରି ପାରିବ । ସେନେଇ ଏହି ବୈଠକରେ ଆଲୋଚନା ହୋଇଛି ।

ତେବେ ଏହି ସମ୍ମିଳନୀ ପରେ 19 ଓ 20 ତାରିଖରେ ଛତିଶଗଡ଼ କଲମା ଗସ୍ତ କରିବ ଏକ ପ୍ରତିନିଧି ମଣ୍ଡଳ । ଯାହାର ନେତୃତ୍ବ ନେବେ ଜଳ ମାନବ ଡ଼ ରାଜେନ୍ଦ୍ର ସିଂ । ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠନ କରାଯାଇଥିବା ମହାନଦୀ ଟ୍ରିବୁନାଲ ଠିକ ଢ଼ଙ୍ଗରେ କାମ କରୁ ନ ଥିବା କହିଛନ୍ତି ଜଳ ମାନବ ।

ତେବେ ଛତିଶଗଡ଼ ମହାନଦୀ ଉପରେ ଅନେକ ବ୍ୟାରେଜ ନିର୍ମାଣ କରିବା ଦ୍ବାରା ଓଡିଶାକୁ ସଠିକ ଢଙ୍ଗରେ ମହାନଦୀ ଜଳ ପ୍ରବେଶ କରି ପାରୁନାହିଁ । ତେବେ ଉଭୟ ରାଜ୍ୟ ଆପୋଷ ସମାଧାନ ମାଧ୍ୟମରେ ଏହାର ନିରାକରଣ କରିବା ଆବଶ୍ୟକ। ତେବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ଭାରତର ଜଳ ମାନବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.