ETV Bharat / city

କେନ୍ଦୁଝର ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସୁରକ୍ଷା, ଜାରି ହୋଇଥିଲା ଗିରଫ ୱାରେଣ୍ଟ

author img

By

Published : Apr 18, 2022, 4:57 PM IST

Updated : Apr 18, 2022, 5:10 PM IST

କେନ୍ଦୁଝର ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସୁରକ୍ଷା, ଜାରି ହୋଇଥିଲା ଗିରଫ ୱାରେଣ୍ଟ
କେନ୍ଦୁଝର ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସୁରକ୍ଷା, ଜାରି ହୋଇଥିଲା ଗିରଫ ୱାରେଣ୍ଟ

କେନ୍ଦୁଝର ଜିଲ୍ଲାପାଳଙ୍କୁ ସୁରକ୍ଷା ଦେଲେ ଓଡ଼ିଶା ହାଇକୋର୍ଟ । ଆସନ୍ତାକାଲି ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ଅଧିକ ପଢ଼ନ୍ତୁ

କଟକ: କେନ୍ଦୁଝର ଜିଲ୍ଲାପାଳଙ୍କୁ ସୁରକ୍ଷା ଦେଲେ ଓଡ଼ିଶା ହାଇକୋର୍ଟ । ଆସନ୍ତାକାଲି ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ତେବେ ବାରମ୍ବାର ନୋଟିସ ସତ୍ତ୍ୱେ ଜିଲ୍ଲାପାଳ ହଜାର ହେଉନଥିବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା । ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେନ୍ଦୁଝର ଜିଲ୍ଲାପାଳ । ହାଇକୋର୍ଟ ଆଜି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ତା ସହିତ ୬ ସପ୍ତାହ ପରେ ମାମଲାର ପୁଣି ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ ।

ଏହା ବି ପଢ଼ନ୍ତୁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି

ଜାତୀୟ ଜନଜାତି କମିଶନଙ୍କ(NCST-National Commission for Scheduled Tribes) ନିକଟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି(ମଙ୍ଗଳବାର) ଦିନ ୧୨ଟା ସୁଦ୍ଧା NCSTରେ ଜିଲ୍ଲାପାଳଙ୍କୁ ହାଜର କରାଇବାକୁ କେନ୍ଦୁଝର ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସିଆଇଡି(Crime Investigation Department) ଓ ସିବି(Crime Branch) ଆଇଜି ଏ.ଏନ୍‌ ସିହ୍ନା ।

ISLF Ltd, ନାଁରେ କେନ୍ଦୁଝର ଜିଲ୍ଲା ଲହଣ୍ଡା ଗ୍ରାମର ଦାରା ସିଂ ଖଟୁଆ ଜମି ଅଧିଗ୍ରହଣ ଅଭିଯୋଗ ଆଣି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଜମି ଅଧିଗ୍ରହଣ ପରେ କ୍ଷତିପୂରଣ ପ୍ରଦାନ ଏବଂ ଚାକିରୀ ସୁବିଧା ମଧ୍ୟ ଦାରାଙ୍କୁ ପ୍ରଦାନ କରାଯାଇନାହିଁ । ଏହାକୁ ଚ୍ୟାଲେଞ୍ଜ କରି ଦାରା ସିଂ ଖଟୁଆ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଫଳରେ କମିଶନ ଏହି ମାମଲାରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ସମନ କରିଥିଲେ । ବାରମ୍ବାର ସମନ ସତ୍ତ୍ବେ ଜିଲ୍ଲାପାଳ ଆଶିଷ ଠାକରେ କମିଶନଙ୍କ ନିକଟରେ ହାଜର ହୋଇନଥିଲେ । ଏହାପରେ କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଥିଲା । ଜାତୀୟ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ବିରୋଧରେ ଏହି ଗିରଫ ୱାରେଣ୍ଟ ଜାରି କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Apr 18, 2022, 5:10 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.