ETV Bharat / city

ଦୀର୍ଘ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲା ହତ୍ୟାକାଣ୍ଡ ଆସାମୀ

author img

By

Published : Jun 12, 2021, 7:43 AM IST

୧୯୯୭ ମସିହା ଗଞ୍ଜାମ ଶ୍ରୀମତୀ ସାହୁ ହତ୍ୟା ଘଟଣା । ଦୀର୍ଘ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲା ଆସାମୀ । ଅଧିକ ପଢନ୍ତୁ...

ଦୀର୍ଘ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲା ହତ୍ୟାକାଣ୍ଡ ଆସାମୀ
ଦୀର୍ଘ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲା ହତ୍ୟାକାଣ୍ଡ ଆସାମୀ

କଟକ: ଦୀର୍ଘ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲା ହତ୍ୟାକାଣ୍ଡ ଆସାମୀ । ଖଲାସ କଲେ ଓଡିଶା ହାଇକୋର୍ଟ । ୧୯୯୭ ମସିହା ଜୁନ ୩୦ ତାରିଖରେ ଗଞ୍ଜାମ ଜିଲ୍ଲାରେ ଘଟିଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ତିନି ଭଉଣୀ କିଆ ଫୁଲ ତୋଳବାକୁ ଯାଇଥିଲା ବେଳେ ଗୋଟିଏ ଭଉଣୀ ଶ୍ରୀମତୀ ସାହୁକୁ ଅଭିଯୁକ୍ତ ରାମଚନ୍ଦ୍ର ସାହୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ୧୯୯୮ ଅଗଷ୍ଟ ୧୮ ତାରିଖରେ ଗଞ୍ଜାମ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ପରେ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲା ଅଭିଯୁକ୍ତ ରାମଚନ୍ଦ୍ର ସାହୁ । ହାଇକୋର୍ଟ ପୂର୍ବରୁ ରାମଚନ୍ଦ୍ରକୁ ଜାମିନରେ ଛାଡିଥିଲେ । ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଜଷ୍ଟିସ ଏସ କେ ମିଶ୍ର ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ଖଣ୍ଡପୀଠ ତଥ୍ୟ ପ୍ରମାଣ ଅଭାବରୁ ସମ୍ପୃକ୍ତ ଅଭିଯୁକ୍ତକୁ ସାହୁକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.