ETV Bharat / city

ସିଲଭରସିଟିରେ ପରମ୍ପରା ଅନୁଯାୟୀ ପାଳିତ ହେବ ଗଣେଶ ପୂଜା

author img

By

Published : Aug 2, 2021, 10:27 PM IST

ଚଳିତ ବର୍ଷ କଟକ ସହରରେ ଧୁମଧାମରେ ପାଳିତ ହେବନି ପାର୍ବଣ ଋତୁ । ସରକାରଙ୍କ କୋଭିଡ ନିୟମାନୁସାରେ କେବଳ ଦେବା ଦେବୀଙ୍କର ହେବ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

ସିଲଭରସିଟିରେ ପରମ୍ପରା ଅନୁଯାୟୀ ପାଳିତ ହେବ ଗଣେଶ ପୂଜା
ସିଲଭରସିଟିରେ ପରମ୍ପରା ଅନୁଯାୟୀ ପାଳିତ ହେବ ଗଣେଶ ପୂଜା

କଟକ: ଆଗକୁ ଆସୁଛି ପାର୍ବଣ ଋତୁ । ଆଉ ଏଥର ପୂର୍ବ ବର୍ଷ ପରି ଧୁମଧାମରେ ପାଳିତ ହେବନି ପାର୍ବଣ । ପ୍ରତ୍ୟେକ ବର୍ଷ ଗଣେଶ ପୂଜା ଠାରୁ କଟକରେ ଆରମ୍ଭ ହୋଇଥାଏ ପାର୍ବଣର ମାହୋଲ । ମାତ୍ର ଚଳିତ ବର୍ଷ କୋଭିଡ ସ୍ଥିତି ଜାରି ରହିଥିବାରୁ ଏଥର କଟକ ଜିଲ୍ଲାରେ ଗଣେଶ ପୂଜା ନିରାଡମ୍ବର ଭାବେ ପାଳିତ ହେବ ନାହିଁ ।

ସିଲଭରସିଟିରେ ପରମ୍ପରା ଅନୁଯାୟୀ ପାଳିତ ହେବ ଗଣେଶ ପୂଜା

କେବଳ ପରମ୍ପରାକୁ ଦୃଷ୍ଟିରେ ରଖି ପୂଜା ଆୟୋଜନ ହେବାନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ । ମାତ୍ର କୌଣସି କ୍ଲବ କିମ୍ବା ମଣ୍ଡପରେ ଭିଡକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.