ETV Bharat / city

ସତ ଓଗାଳୁଛନ୍ତି ଅଭିଯୁକ୍ତ, ଦୁବାଇ ଆକାଉଣ୍ଟରୁ ଆସିଥିଲା ଟଙ୍କା

author img

By

Published : Sep 21, 2021, 4:26 PM IST

Updated : Sep 21, 2021, 4:33 PM IST

ସତ ଓଗାଳୁଛନ୍ତି ଅଭିଯୁକ୍ତ, ଦୁବାଇର ଆକାଉଣ୍ଟରୁ ଆସିଥିଲା ଟଙ୍କା
ସତ ଓଗାଳୁଛନ୍ତି ଅଭିଯୁକ୍ତ, ଦୁବାଇର ଆକାଉଣ୍ଟରୁ ଆସିଥିଲା ଟଙ୍କା

ଚାନ୍ଦିପୁର DRDO ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ 5 ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ସୁଦ୍ଧା ଦୁବାଇର ଏକ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଅଭିଯୁ୍କ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁଇ କିସ୍ତିରେ ୩୮ ହଜାର ଟଙ୍କା ଆସିଛି । ଅଧିକ ପଢ଼ନ୍ତୁ...

କଟକ: ଚାନ୍ଦିପୁର DRDO ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ 5 ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ସୁଦ୍ଧା ଦୁବାଇର ଏକ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଅଭିଯୁ୍କ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁଇ କିସ୍ତିରେ ୩୮ ହଜାର ଟଙ୍କା ଆସିଛି । ଅନ୍ୟ ଅଭିଯୁକ୍ତମାନଙ୍କ ବ୍ୟାଙ୍କର ତଥ୍ୟ ଯାଞ୍ଚ ଚାଲିଛି । ଜଣେ ମହିଳା ଅପେରିଟିଭ୍‌ ଛଦ୍ମ ନାମ ନେଇ ଏହିସବୁ କାର୍ଯ୍ୟ ତୁଲାଉଥିଲେ । ଫେସ୍‌ବୁକ୍‌ରେ ଏକ ଛଦ୍ମନାମରେ ଏହି ଅଭିଯୁକ୍ତମାନଙ୍କ ସହ ସେ ବନ୍ଧୁତ୍ବ ସ୍ଥାପନ କରିଥିଲେ ।

ସତ ଓଗାଳୁଛନ୍ତି ଅଭିଯୁକ୍ତ, ଦୁବାଇର ଆକାଉଣ୍ଟରୁ ଆସିଥିଲା ଟଙ୍କା

ଏହାପରେ ଫେସ୍‌ବୁକ୍‌ରେ ମେସେଞ୍ଜର ଆପ୍‌ ଜରିଆରେ DRDOର ଗୁପ୍ତ ତଥ୍ୟ ଆଦାନ ପ୍ରଦାନ ଚାଲିଥିଲା । ଏହାପରେ ହ୍ୱାଟସ୍‌ ଆପ୍‌ରେ ମଧ୍ୟ ତଥ୍ୟ ଆଦାନ ପ୍ରଦାନ ଜାରି ରହିଥିଲା । ଏଥିପାଇଁ ଏକ UKର ନମ୍ବର ବ୍ୟବହାର କରୁଥିଲେ ଛଦ୍ମବେଶୀୟ ମହିଳା । ଏହାକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ଏହାଛଡ଼ା ଅନ୍ୟ ଯେକୌଣସି ସୋସିଆଲ ମିଡିଆ ବ୍ୟବହାର ହେଉଥିଲା ସେହି ସବୁ ଆକାଉଣ୍ଟକୁ ନେଇ ତର୍ଜମା ଜାରି ରହିଛି । ଏହି କ୍ରମରେ ବାୟୁସେନାର ଏକ ଟିମ୍‌ ମଧ୍ୟ ଦୁଇଦିନ ଧରି ଅଭିଯୁକ୍ତଙ୍କୁ ଜେରା କରିଛି ।

ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନ୍‌ ଗୁଡ଼ିକ ଫୋରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଯିବ । ଏହାଛଡ଼ା ଅଭିଯୁକ୍ତମାନେ ଅନ୍ୟ କେଉଁ ମୋଡ୍‌ରେ ଟଙ୍କା ନେଇଛନ୍ତି କି ନାହିଁ ସେନେଇ ତଦନ୍ତ କରାଯିବ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ଜେରା କରିବା ବେଳେ ଏହି ସବୁ ତଥ୍ୟ ପଦାକୁ ଆସିଥିବା କଥା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated :Sep 21, 2021, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.