ETV Bharat / city

କଟକ ରେଳଷ୍ଟେସନ ଆଗରେ ବିଭିନ୍ନ ଦଳର ବିକ୍ଷୋଭ

author img

By

Published : Oct 18, 2021, 10:54 PM IST

ଉତ୍ତର ପ୍ରଦେଶରେ କୃଷକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ । କଟକ ରେଳଷ୍ଟେସନ ଆଗରେ ବିଭିନ୍ନ ଦଳର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

Different trade union protest in front of cuttck railway station
କଟକ ରେଳଷ୍ଟେସନ ଆଗରେ ବିଭିନ୍ନ ଦଳର ବିକ୍ଷୋଭ

କଟକ: ରେଳଷ୍ଟେସନରେ ଅଖିଳ ଭାରତ କିଷାନ ମୋର୍ଚ୍ଚାର ରେଳରୋକ । ଉତ୍ତରପ୍ରଦେଶ ଲଖିମପୁର ଖେରୀରେ କୃଷକ ଉପରେ ଅମାନୁଷିକ ଆକ୍ରମଣକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସାରା ଭାରତ ବର୍ଷରେ ରେଳରୋକ କରାଯାଇଛି ।

କଟକ ରେଳଷ୍ଟେସନ ଆଗରେ ବିଭିନ୍ନ ଦଳର ବିକ୍ଷୋଭ

କଟକ ରେଳଷ୍ଟେସନରେ ଅଖିଳ ଭାରତ କିଷାନ ମୋର୍ଚ୍ଚା ପକ୍ଷରୁ ରେଳରୋକ କରିବାକୁ ଆସିଥିବା ବିକ୍ଷୋଭକାରୀଙ୍କୁ ପୋଲିସ ଅଟକାଇଥିଲା । ରେଳ ଷ୍ଟେସନ ଭିତରକୁ ନ ଛାଡିବାରୁ ବାହାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଏବଂ ତିନୋଟି କଳା କୃଷି ଆଇନ ବାତିଲ ଦାବିରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ବିଭିନ୍ନ ବାମପନ୍ଥୀ ଦଳ ସାରା ଭାରତରେ ରେଳରୋକ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.