ETV Bharat / city

ମାଞ୍ଜା ସୂତା ବିକ୍ରି ହେଉଥିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ, କଟକବାସୀଙ୍କୁ ଡିସିପିଙ୍କ ଅପିଲ

author img

By

Published : Dec 28, 2021, 5:33 PM IST

Updated : Dec 28, 2021, 6:55 PM IST

ଜିଲ୍ଲାରେ ଅନେକ ସ୍ଥାନରେ ବେଆଇନ ଭାବେ ମାଞ୍ଜା ସୂତା ବିକ୍ରି ହେଉଛି । ତେବେ କୌଣସି ସ୍ଥାନରେ ସୂତା ବିକ୍ରି ଦେଖିଲେ ପୋଲିସକୁ ଜଣାଇବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ DCP ପ୍ରତୀକ ସିଂ । ଅଧିକ ପଢନ୍ତୁ

ମାଞ୍ଜା ସୂତା ବିକ୍ରି ସମ୍ପର୍କରେ ଜଣାଇବାକୁ କଟକ DCPଙ୍କ ଅନୁରୋଧ
ମାଞ୍ଜା ସୂତା ବିକ୍ରି ସମ୍ପର୍କରେ ଜଣାଇବାକୁ କଟକ DCPଙ୍କ ଅନୁରୋଧ

କଟକ: ମାଞ୍ଜା ସୂତାରେ ଜୟନ୍ତ ସାମଲଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ମାଞ୍ଜା ସୂତା ଓ ନଟେଇ ଜବତ କରିବା ସହିତ କୌଣସି ଦୋକାନରେ ବିକ୍ରି ହେଉଥିଲେ ପୋଲିସକୁ ଖବର ଦେବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ମାଞ୍ଜା ସୂତା ବିକ୍ରି ସମ୍ପର୍କରେ ଜଣାଇବାକୁ କଟକ DCPଙ୍କ ଅନୁରୋଧ

ଏହା ବି ପଢନ୍ତୁ: Death By Manja Thread: ଗୁଡି ବ୍ୟବସାୟୀ ସେକ ଅନଔର ଗିରଫ, ଅତର୍କିତ ରେଡ କଲା ପୋଲିସ

ଏହି ଘଟଣାରେ କଟକର ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ କରିବା ସହ ୧୫ ଜଣଙ୍କୁ ନୋଟିସ ଦେଇ ଛାଡିଛି ପୋଲିସ । ଏଥିସହ ସହରରେ ଯେପରି ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର ନହୁଏ ସେଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଏହି ପ୍ରକ୍ରିୟା ଜାରି ରହିବ ବୋଲି କଟକ ଡିସିପି କହିଛନ୍ତି । ତେବେ ଏଥିପାଇଁ ସହରବାସୀଙ୍କ ସାହାଯ୍ୟ ଲୋଡିଛନ୍ତି ଡିସିପି । ବିଶେଷକରି ଯେଉଁମାନେ ମାଞ୍ଜା ସୂତା ଲୁଚାଇ ବିକୁଥିବେ, ପୋଲିସକୁ ଜଣାଇବାକୁ ଡିସିପି ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ: ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା, ୩ ଅଟକ

ତେବେ ସୂଚନା ଥାଉ କି କଟକ ଭୟରପୁରର ଯୁବକ ଜୟନ୍ତ ସାମଲଙ୍କ ମାଞ୍ଜା ସୂତାରେ ଗଳା କଟିଯିବାରୁ ତାଙ୍କ ମୃତ୍ୟୁ ଘଟିଛି । ରବିବାର ଅପରାହ୍ନ ୪ଟା ସମୟରେ ଜୟନ୍ତ ବାଇକ ଯୋଗେ ସ୍ତ୍ରୀଙ୍କ ସହ ଶ୍ବଶୁର ଘର ଯିବାବେଳେ ପୀରବଜ଼ାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜାସୂତା ତାଙ୍କ ଗଳାରେ ଗୁଡେଇ ହୋଇଯାଇଥିଲା । ସୂତା ଏତେ ଶକ୍ତ ଥିଲା ଯେ, ଏଥିରେ ଯୁବକଙ୍କ ଗଳା କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 28, 2021, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.