ETV Bharat / city

କଟକରେ ନାଇଟ କର୍ଫ୍ୟୁ କଡାକଡି, ନଜର ରଖିଛନ୍ତି DCP

author img

By

Published : Oct 12, 2021, 8:06 AM IST

ସୋମବାରଠୁ ଟ୍ବିନସିଟିରେ ଆରମ୍ଭ ହୋଇଛି ରାତ୍ରିକାଳୀନ କର୍ଫ୍ୟୁ । କଟକରେ ଜୋରଦାର ଚାଲିଛି ଚେକିଂ । ଡିସିପି ପ୍ରତୀକ ସିଂ ନିଜେ ଉପସ୍ଥିତ ରହି ରଖିଛନ୍ତି ନଜର । ଅଧିକ ପଢନ୍ତୁ...

କଟକରେ ନାଇଟ କର୍ଫ୍ୟୁ କଡାକଡି, ନଜର ରଖିଛନ୍ତି ଡିସିପି
କଟକରେ ନାଇଟ କର୍ଫ୍ୟୁ କଡାକଡି, ନଜର ରଖିଛନ୍ତି ଡିସିପି

କଟକ: ଦୁର୍ଗାପୂଜା ନେଇ ସୋମବାରଠୁ ଟ୍ବିନସିଟିରେ ଆରମ୍ଭ ହୋଇଛି ରାତ୍ରିକାଳୀନ କର୍ଫ୍ୟୁ । ରାତି 8ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହୋଇଛି। କଟକ ସହରର ବିଭିନ୍ନ ଅଞ୍ଚଳରେ କଡାକଡି କରାଯାଉଛି ଚେକିଂ। ଜୋରଦାର ଚେକିଂ ସହ ଅମାନିଆଙ୍କୁ ସାବାଡ୍ କରିବାକୁ କମିଶନରେଟ୍ ପୋଲିସ ସହରର ଗଳିକନ୍ଦିରେ ପହଁରା ମାରୁଛି ।

କଟକରେ ନାଇଟ କର୍ଫ୍ୟୁ କଡାକଡି, ନଜର ରଖିଛନ୍ତି ଡିସିପି

କଟକ ଡିସିପି ପ୍ରତୀକ ସିଂ ନିଜେ ଉପସ୍ଥିତ ରହି କର୍ଫ୍ୟୁ ତଦାରଖ କରୁଛନ୍ତି । ଯଦି କେହି ନିୟମ ଉଲ୍ଲଙ୍ଘନ କରି ରାତ୍ରିରେ ବୁଲିବେ ତେବେ ଉଲ୍ଲଙ୍ଘନକାରୀଙ୍କ ଗାଡି ଜବତ କରାଯିବା ସହ ମୋଟା ଅଙ୍କର ଫାଇନ କଟାଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।

ପୂଜା ସମୟରେ କଟକ ଭୁବନେଶ୍ବରର ଅଧିକ ଭିଡ ଜମିବାର ସମ୍ଭାବନା ରହିଥିବା କାରଣରୁ ସଂକ୍ରମଣ ବଢିବାର ଆଶଙ୍କ ରହିଛି । ଏହାକୁ ଦୃଷ୍ଟିରେ ରଖି ହିଁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । କର୍ଫ୍ୟୁ ସମୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଔଷଧ ଦୋକାନ ଓ ଚଷମା ଦୋକାନ ଆଦି ଖୋଲା ରହିବ ସହ ରୋଗୀ ସେବା ଜାରି ରହିବ । ସେହିପରି ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ପାଇଁ ମଧ୍ୟ ଅନୁମତି ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.