ETV Bharat / city

Bribery in Paradip Port: ପଚରାଉଚରା ପାଇଁ ମହିମା ମିଶ୍ରଙ୍କ ପୁଅକୁ ନେଲା CBI ଟିମ୍‌

author img

By

Published : Aug 4, 2022, 7:04 PM IST

Updated : Aug 4, 2022, 10:55 PM IST

ପାରାଦ୍ବୀପ ପୋର୍ଟରେ ଲାଞ୍ଚ କାରବାରରେ ଶିଳ୍ପପତି ମହିମା ମିଶ୍ରଙ୍କ ସମ୍ପୃକ୍ତି ସନ୍ଦେହ କରୁଛି CBI । ଏହାକୁ ନେଇ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ନେଇଗଲା CBI ଟିମ୍‌ । ଅଧିକ ପଢ଼ନ୍ତୁ

bribery in Paradip Port: ପଚରାଉଚରା ପାଇଁ ମହିମା ମିଶ୍ରଙ୍କ ପୁଅକୁ ନେଲା CBI ଟିମ୍‌
bribery in Paradip Port: ପଚରାଉଚରା ପାଇଁ ମହିମା ମିଶ୍ରଙ୍କ ପୁଅକୁ ନେଲା CBI ଟିମ୍‌

କଟକ: ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରେ ଶେଷ ହେଲା CBIର ଚଢ଼ାଉ । ଚଢ଼ାଉ ପରେ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ନେଇଗଲା CBI ଟିମ୍‌ । ମହିମା ମିଶ୍ରଙ୍କ ଘରୁ ଅନେକ ଦସ୍ତାବିଜ ଜବତ କରିଛି CBI ଟିମ୍‌ । ଏହି ଦସ୍ତାବିଜ୍‌ର ସବିଶେଷ ଯାଞ୍ଚ କରିବ ତଦନ୍ତକାରୀ ଦଳ ।

Bribery in Paradip Port: ପଚରାଉଚରା ପାଇଁ ମହିମା ମିଶ୍ରଙ୍କ ପୁଅକୁ ନେଲା CBI ଟିମ୍‌

ପାରାଦ୍ବୀପ ପୋର୍ଟରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ମହିମା ମିଶ୍ରଙ୍କ ଲିଙ୍କ୍‌ ଥିବା ସନ୍ଦେହ କରୁଛି ସିବିଆଇ ଦଳ । ଅଧିକ ପଚରାଉଚରା ପାଇଁ ସିବିଆଇ ଟିମ୍‌ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ନେଇଛି । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ମହିମା ମିଶ୍ରଙ୍କ ଓକିଲ ରାଜେନ୍ଦ୍ର ପ୍ରସାଦ ।

ଠିକାଦାର ସୁମନ୍ତ ରାଉତଙ୍କଠାରୁ ପାରାଦ୍ବୀପ ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମହିମା ମିଶ୍ରଙ୍କ ଅଫିସ ଓ ବାସଭବନରେ ଚଢ଼ାଉ ବେଳେ କେତେକ ଦସ୍ତାବିଜ୍‌ ଯାଞ୍ଚ କରିଥିଲା ତଦନ୍ତକାରୀ ଦଳ । ଲାଞ୍ଚ ଦେଇଥିବା ଠିକାଦାର ଓ ଲାଞ୍ଚ ନେଇଥିବା ଅଧିକାରୀଙ୍କ ସହ ମହିମା ମିଶ୍ରଙ୍କ ଲିଙ୍କ୍‌ ରହିଥିବା ନେଇ ଖୋଳତାଡ ଚଳାଇଥିଲା ସିବିଆଇ ଟିମ୍‌ ।

ଇଟିଭି ଭାରତ, କଟକ

Last Updated : Aug 4, 2022, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.