ETV Bharat / city

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

author img

By

Published : Jul 18, 2022, 9:06 PM IST

ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି କଟକ । ବିଭିନ୍ନ ରାଜ୍ୟରୁ ଚାଲାଣ ହେଉଥିବା ଗଞ୍ଜେଇ ଗୋପାଳପୁର ଛକ ଦେଇ ଯାତାୟତ କରିଥାଏ । ଅଧିକ ପଢ଼ନ୍ତୁ

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କଟକ : ଗଞ୍ଜେଇ ଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ୧୬ନଂ ଜାତୀୟ ରାଜପଥ । କିଛିଦିନ ପରେ ଆଜି ପୁଣି କଟକରୁ ୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ସୂଚନା ଅନୁଯାୟୀ, ବିହାର ଅଞ୍ଚଳର ଦୁଇ ଅଭିଯୁକ୍ତ ଏକ ଗାଡିରେ ଓଡ଼ିଶାରୁ ଚୋରା ଗଞ୍ଜେଇ ନେଇ ଯାଉଥିଲେ । ଏନେଇ ଖବର ପାଇବା ପରେ ଅବକାରୀ ବିଭାଗର ଏକ ଟିମ ଗାଡିଟିକୁ ଗୋପାଳପୁର ପାଖରେ ଅଟକାଇ ଥିଲେ ହେଁ ଗାଡିଟି ଦୃତ ଗତିରେ ପଳାଇତିଲା । ଅବକାରୀ ବିଭାଗର ଏହି ଟିମ ଗାଡିକୁ ପିଛା କରି ଗୋପାଳପୁର ଛକ ନିକଟରେ ଗାଡିକୁ ଅଟକାଇ ତଲାସୀ ନେଇଥିଲା । ଯାଂଚ ବେଳେ ଗାଡିରୁ ୫୨ କେଜି ଗଞ୍ଜେଇ ଜବତ କରାଯାଇଛି । ସେହିପରି ଗଞ୍ଜେଇ ଚାଲଣ ହେଉଥିବା ଗାଡିକୁ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହି ଦୁଇ ଅଭିଯୁକ୍ତ ହେଲେ ରାମବାବୁ ମହାତୋ ଏବଂ ଲେଗିନ୍ସ କୁମାର । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇ ତଦନ୍ତ ଚଳାଇଛି ଅବକାରୀ ବିଭାଗ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.