ETV Bharat / city

ବର୍ଷାରେ ବେହାଲ କଟକ, ଭୁଶୁଡିଲା ପୁରାତନ କୋଠା

author img

By

Published : Aug 14, 2022, 4:09 PM IST

କଟକ ମଣିସାହୁ ଛକରେ ଥିବା ଏକ ବହୁ ପୁରାତନ କୋଠା ଭୁଶୁଡି ପଡିଲା । ଲଗାଣ ବର୍ଷା ଯୋଗୁଁ ଏହି ଘଟଣା ଘଟିଥିବା ନେଇ ଜଣାପଡିଛି । ଅଧିକ ପଢନ୍ତୁ

BUILDING COLLAPSED IN CUTTACK DUE TO HEAVY RAINFALL
ବର୍ଷାରେ ବେହାଲ କଟକ, ଭୁଶୁଡିଲା ପୁରାତନ କୋଠା

କଟକ:ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କଟକ । ଏହି ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୁରାତନ କୋଠା । କଟକର ମଣିସାହୁ ଛକରେ ଥିବା ଏକ ବହୁ ପୁରାତନ କୋଠା ଭୁଶୁଡି ପଡିଥିବା ଜଣାପଡିଛି ।

ବର୍ଷାରେ ବେହାଲ କଟକ, ଭୁଶୁଡିଲା ପୁରାତନ କୋଠା

ସୂଚନା ଅନୁଯାୟୀ କଟକ ମଣିସାହୁ ଛକରେ ଥିବା ଏକ ପୁରାତନ କୋଠା ଗତକାଲି ବିଳମ୍ବତ ରାତିରେ ହଠାତ୍ ଭୁଶୁଡି ପଡିଥିଲା । ଭୁଶୁଡି ପଡିଥିବା ଘରଟି ଭ୍ରମରବର ସାହୁଙ୍କର ବୋଲି ଜଣାପଡିଛି । ତେବେ ଏହି ଘଟଣାରେ କାହାର ଧନ ଜୀବନ ହାନି ହୋଇ ନଥିବା ସୂଚନା । ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି କ୍ଷୟକ୍ଷତି ଘଟିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.