ETV Bharat / city

ମାଟ୍ରିକ ଫଳାଫଳ ବିବାଦକୁ ନେଇ ବୋର୍ଡର ସ୍ପଷ୍ଟୀକରଣ, 5ରେ ଅଫଲାଇନ ପରୀକ୍ଷା ପାଇଁ ବିଜ୍ଞପ୍ତି

author img

By

Published : Jun 29, 2021, 2:38 PM IST

Updated : Jun 29, 2021, 4:27 PM IST

ମାଟ୍ରିକ ପରୀକ୍ଷା ଫଳ ମୂଲ୍ୟାୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନଥିବା ବୋର୍ଡ ସ୍ପଷ୍ଟୀକରଣ ଦେଇଛି । ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଅଧିକ ପଢନ୍ତୁ...

ମାଟ୍ରିକ ଫଳାଫଳ ବିବାଦକୁ ନେଇ ବୋର୍ଡର ସ୍ପଷ୍ଟିକରଣ
ମାଟ୍ରିକ ଫଳାଫଳ ବିବାଦକୁ ନେଇ ବୋର୍ଡର ସ୍ପଷ୍ଟିକରଣ

କଟକ: ମାଟ୍ରିକ ଫଳାଫଳ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ବୋର୍ଡ କର୍ତ୍ତୃପକ୍ଷ । ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ପରିଷଦକୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମେ ୭ରେ ବୋର୍ଡ ଗାଇଡ଼ଲାଇନ ଜାରି କରିଥିଲା । ପରୀକ୍ଷା ବାତିଲ ପରେ ରାଜ୍ୟର ବରିଷ୍ଠ ଶିକ୍ଷାବିତଙ୍କ ସହ ଆଲୋଚନା କରିଥିଲା ବୋର୍ଡ । ୩୦ ଟି ଜିଲ୍ଲାରେ ଶିକ୍ଷାଧିକାରୀଙ୍କ ସହ ହୋଇଥିଲା ଆଲୋଚନା । ସ୍କୁଲ ଗୁଡିକ ମାର୍କ ଅପଲୋଡ଼ କରିଥିଲେ ଆମେ ଛାତ୍ରଛାତ୍ରୀଙ୍କ ଭଲ ପାଇଁ ଚିନ୍ତା କରିଛୁ। ଆମେ ଚାହୁଁଛୁ ପିଲା ଭଲ ପ୍ରଦର୍ଶନ କରନ୍ତୁ । ସିବିଏସଇ ଗୋଟିଏ ରେଫରେନ୍ସ ବର୍ଷ ନେଇଥିବାବେଳେ ଆମେ ବିଗତ ବର୍ଷ ଗୁଡିକର ସର୍ବୋତ୍ତମ ଫଳକୁ ଦେଖିଛୁ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

ମାଟ୍ରିକ ଫଳାଫଳ ବିବାଦକୁ ନେଇ ବୋର୍ଡର ସ୍ପଷ୍ଟୀକରଣ

ଜଗତସିଂହପୁର ୨୨ଟି ସ୍କୁଲ ପ୍ରସଙ୍ଗ । ସେ ୨୨ଟି ସ୍କୁଲ ଭିନ୍ନ ପ୍ରସଙ୍ଗ। ସେହି ସବୁ ସ୍କୁଲ କଟକ ଜିଲ୍ଲାକୁ ଆସିଛି। ସେମାନଙ୍କୁ ନୂଆ କୋଡ଼ ଦିଆଯାଇଛି। ମଡ଼ରେସନ ପଲିସରେ ଏହି ସ୍କୁଲ ଆସି ପାରିଲା ନାହିଁ। ତେଣୁ ଜଗତସିଂହପୁର ଜିଲ୍ଲାରେ ଥିବାବେଳେ ତାର ରେକର୍ଡ ଦେଖି ପରିବର୍ତ୍ତନ କରାଗଲା । ସେହି ସ୍କୁଲ ଗୁଡିକ ଅନ୍ୟ ସ୍କୁଲ ସହ ତୁଳନା କରଯାଇ ପାରିବ ନାହିଁ । ଏନେଇ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ସ୍କୁଲ ପକ୍ଷରୁ ଭୁଲ ଅପଲୋଡିଂ ଥିଲେ ପରିବର୍ତ୍ତନ ହୋଇପାରେ। ତାହା ଜିଲ୍ଲା ଶିକ୍ଷାଧିକାରୀ (ଡ଼ିଇଓ)ଙ୍କ ପରାମର୍ଶ କ୍ରମେ କରାଯିବ ବୋଲି କିହଛି ବୋର୍ଡ ।

ସେହିପରି ବୋର୍ଡ ସଭାପତି କହିଛନ୍ତି,ଆମ ପାଇଁ ସବୁ ସ୍କୁଲ ସମାନ। ସରକାରୀ ବେସରକାରୀ ସ୍କୁଲ ଆମେ ଦେଖିନୁ । ଗତ ବର୍ଷ ୧୪ ପ୍ରତିଶତ ୬୦% ମାର୍କ ରଖିଥିବାବେଳେ ଚଳିତ ରେଜଲ୍ଟରେ ୩୦ ପ୍ରତିଶତରୁ ଅଧିକ ୬୦% ମାର୍କ ଦେଇଛନ୍ତି । ବିଗତ ୪ ବର୍ଷର ସର୍ବୋତ୍ତମ ରେକର୍ଡ ମୂଲ୍ୟାଙ୍କନ ପାଇଁ ଦେଖାଯାଇଛି । ଯେଉଁମାନେ ଚାହିଁବେ ଅଫ ଲାଇନ ପରୀକ୍ଷା ଦେଇପାରିବେ । ୫ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁଲାଇ ୫ ରୁ ହେବ ଫର୍ମ ପୂରଣ। ଯୁକ୍ତ ୨ ନାମଲେଖାରେ ସେମାନଙ୍କର ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି ।

ମଡ଼ରେସନ ଜରିଆରେ ହୋଇଛି ମୂଲ୍ୟାୟନ । କୌଣସି ମୂଲ୍ୟାୟନ ମାନୁଆଲ ହୋଇନାହିଁ । ସଫ୍ଟୱେୟାର ଆପ୍ଲିକେସନ ଜରିଆରେ ହୋଇଛି ମୂଲ୍ୟାୟନ । ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ଅନ୍ୟ ବିକଳ୍ପ ନାହିଁ । ବିକଳ୍ପ କେବଳ ଅଫ ଲାଇନ ପରୀକ୍ଷା। ଅଫ ଲାଇନ ପରୀକ୍ଷାର ମାର୍କ ହିଁ ଫାଇନାଲ ହେବା ନେଇ ସୂଚନା ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 29, 2021, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.