ETV Bharat / city

ଟ୍ବିଟରରେ ପତ୍ନୀଙ୍କୁ ତେରଚ୍ଛା ବାଣ: କିଏ ଏଠି ଘରୋଇ ହିଂସାର ଶିକାର ହେଉଛନ୍ତି ?

author img

By

Published : Sep 8, 2020, 6:36 PM IST

ଟ୍ବିଟରେ ଚଳିତ ବର୍ଷ ଘରେ ହୋଇଥିବା ଗଣେଶ ପୂଜା ଭିଡିଓ ସେୟାର କରିଛନ୍ତି ଅନୁଭବ । ପତ୍ନୀଙ୍କ ଘରୋଇ ହିଂସା ଅଭିଯୋଗକୁ ତେରଚ୍ଛା ବାଣ ମାରି ଲେଖିଛନ୍ତି, ଏମିତି ହୁଏ କି ଘରୋଇ ହିଂସା ।

ଟ୍ବିଟରରେ ପତ୍ନୀଙ୍କୁ ତେରଛା ବାଣ: କିଏ ଏଠି ଘରୋଇ ହିଂସାର ଶୀକାର ହୋଉଛନ୍ତି ?
ଟ୍ବିଟରରେ ପତ୍ନୀଙ୍କୁ ତେରଛା ବାଣ: କିଏ ଏଠି ଘରୋଇ ହିଂସାର ଶୀକାର ହୋଉଛନ୍ତି ?

ହାଇଦ୍ରାବାଦ: ପୁଣିଥରେ ପତ୍ନୀଙ୍କ ଅଭିଯୋଗକୁ ନେଇ ସାମ୍ନାକୁ ଆସିଛନ୍ତି ସାଂସଦ । ଟ୍ବିଟରେ ଚଳିତ ବର୍ଷ ଘରେ ହୋଇଥିବା ଗଣେଶ ପୂଜା ଭିଡିଓ ସେୟାର କରିଛନ୍ତି ଅନୁଭବ । ପତ୍ନୀଙ୍କ ଘରୋଇ ହିଂସା ଅଭିଯୋଗକୁ ତେରଚ୍ଛା ବାଣ ମାରି ଲେଖିଛନ୍ତି, ଏମିତି ହୁଏ କି ଘରୋଇ ହିଂସା ।

  • Kindly have little patience and watch the shared video. Does this video in any way convey that Hon’ble SOMEONE is facing DOMESTIC VIOLENCE !?!?!?!?!?
    Hon’ble SOMEONE celebrating SHREE GANESH CHATURTHI’2020 with my sweet family at my Parent’s house🙏🏻@ashwani_dube @DeepikaBhardwaj pic.twitter.com/aXDhpo2MBM

    — Anubhav Mohanty (@AnubhavMohanty_) September 8, 2020 " class="align-text-top noRightClick twitterSection" data=" ">

ତେବେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓଟି ତାଙ୍କ ଘର ଗଣେଶ ପୂଜା ସମୟର ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ଭିଡିଓଟିର କ୍ୟାପସନରେ ଅନୁଭବ ଲେଖିଛନ୍ତି, ‘‘ଟିକେ ଧୈର୍ଯ୍ୟର ସହିତ ଏହି ଭିଡିଓଟିକୁ ଦେଖନ୍ତୁ ଏବଂ ସେୟାର କରନ୍ତୁ । ଏହି ଭିଡିଓ କେଉଁଠି ସମ୍ମାନୀୟ କେହି ଜଣେ ଘରୋଇ ହିଂସାର ଶିକାର ହେଉଛନ୍ତି କି ?’’ ସେ ପୁଣି ଲେଖିଛନ୍ତି, ‘‘ସମ୍ମାନୀୟ କେହି ଜଣେ ଆମ ଘରେ ମୋ ପରିବାର ସହ ଗଣେଶ ଚତୁର୍ଥୀ ପାଳନ କରୁଛନ୍ତି ।’’

ଉଲ୍ଲେଖଥାଉ କି, ଗତ ଅଗଷ୍ଟ 5 ତାରିଖରେ କଟକ ଏସଡିଜିଏମ କୋର୍ଟରେ ଘରୋଇ ହିଂସା ନେଇ ବର୍ଷା ଏକ ପିଟିସନ ଦାଖଲ କରିଥିଲେ । ଯାହାକି ଗତ ସେପ୍ଟେମ୍ବର 5 ତାରିଖରେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ତେବେ ଘରୋଇ ହିଂସା ସତ୍ବେ କାହିଁକି ସେ ଆମେ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରତିକ୍ରିୟା ଦେଇ ପ୍ରଶ୍ନ କରିଥିଲେ ଅନୁଭବ । ଆଉ ଆଜି ଟ୍ବିଟରେ ଏପରି ଏକ ଭିଡିଓ ପୋଷ୍ଟ କରିଛନ୍ତି ସାଂସଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.