ETV Bharat / city

Omicron Scare: ଏଣିକି ପ୍ରତ୍ୟେକ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ

author img

By

Published : Dec 23, 2021, 9:36 AM IST

Updated : Dec 23, 2021, 1:24 PM IST

ଏଣିକି କଟକରେ ଚିହ୍ନଟ ହେଉଥିବା ପ୍ରତ୍ୟେକ କୋଭିଡ ସଂକ୍ରମିତଙ୍କ ନମୂନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯିବ । କଟକ ADMO ଉମେଶ ରାୟଙ୍କ ସୂଚନା । ଅଧିକ ପଢନ୍ତୁ

ଏଣିକ ପ୍ରତ୍ୟେକ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ
ଏଣିକ ପ୍ରତ୍ୟେକ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ

କଟକ: ଓମିକ୍ରନ ମୁକାବିଲା ଦିଗରେ କଟକ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ (Genome sequencing) । ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେବା ମାତ୍ରେ ତୁରନ୍ତ ତାଙ୍କର ଭାରିଆଣ୍ଟ ଟେଷ୍ଟ ହେବ । ଏନେଇ କଟକ ଜିଲ୍ଲା ADMO ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି ।

ଏଥିସହ ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ପୁଣି କୋଭିଡ୍ ପରୀକ୍ଷା କରାଯିବ ବୋଲି ADMO ଜଣାଇଛନ୍ତି ।

ଏଣିକି ପ୍ରତ୍ୟେକ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଓଡିଶାରେ ପ୍ରଥମ ଥର ଦୁଇଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ନାଇଜେରିଆ ଏବଂ କତାରରୁ ଫେରିଥିବା ଦୁଇ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଥିଲା । ରାଜ୍ୟରେ ଏହି ନୂଆ ଭାରିଆଣ୍ଟ ପଶିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କୋଭିଡ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କଟକ ଜିଲ୍ଲା ପ୍ରଶାସନ କୋଭିଡ ପଜିଟିଭ ଚିହ୍ନଟ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯିବ ବୋଲି ନିଷ୍ପତ୍ତି ନେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 23, 2021, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.