ETV Bharat / city

ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ ମାମଲା, ବର୍ଷାଙ୍କୁ ଅନ୍ତରୀଣ ସୁରକ୍ଷା

author img

By

Published : Aug 4, 2022, 4:11 PM IST

ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ବର୍ଷାଙ୍କ ସହ ତାଙ୍କ ମାଆ ଏବଂ ଝିଆରିଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ଦେବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ହୋଇଥିଲା ମାମଲା । ଅଧିକ ପଢନ୍ତୁ

ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ ମାମଲା, ବର୍ଷାଙ୍କୁ ଅନ୍ତରୀଣ ସୁରକ୍ଷା
ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ ମାମଲା, ବର୍ଷାଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ବର୍ଷାଙ୍କ ସହ ତାଙ୍କ ମାଆ ଏବଂ ଝିଆରିଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ଦେବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ହୋଇଥିଲା ମାମଲା। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ବର୍ଷା, ମା ଓ ଝିଆରୀଙ୍କୁ ନୋଟିସ କରାଯାଇଥିଲା। ତେବେ ଅଗଷ୍ଟ ୮ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୁଲିସ ନୋଟିସ ଜାରି କରିବା ପରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀ ମଧ୍ୟ ଆଗୁଆ ଜମିନ ପାଇଁ ଆବେଦନ କରିଥିଲେ।

ସୂଚନାଯୋଗ୍ୟ ଯେ ଦିଲ୍ଲୀ ପୁଲିସ ଏସସି ଓ ଏସଟି ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା । ଗତ ୨୫ ତାରିଖରେ ଦିଲ୍ଲୀ ପୁଲିସର ଏକ ଟିମ କଟକ, ପୁରୀଘାଟ ଥାନାରେ ପହଞ୍ଚି ସ୍ଥାନୀୟ ପୋଲିସ ଜରିଆରେ ବର୍ଷାଙ୍କୁ ନୋଟିସ କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.