ETV Bharat / city

କୁଖ୍ୟାତ ଲୁଟେରା ଡେଙ୍ଗା ବାବୁଲି ଗିରଫ, ଝରକାରେ ହାତ ଗଳାଇ କରିଥିଲେ ସୁନା ଚେନ୍ ଲୁଟ୍

author img

By

Published : Dec 8, 2021, 9:07 PM IST

ସିଲଭରସିଟିରେ ଦିନକୁ ଦିନ ବଢି ଚାଲିଛି ଅପରାଧ । ସୁନା ଚେନ ଚୋରି ମାମଲାରେ ଗିରଫ ହେଲା ଡେଙ୍ଗା ବାବୁଲି । ଅଧିକ ପଢନ୍ତୁ

କୁଖ୍ୟାତ ଲୁଟେରା ଡେଙ୍ଗା ବାବୁଲି ଗିରଫ
କୁଖ୍ୟାତ ଲୁଟେରା ଡେଙ୍ଗା ବାବୁଲି ଗିରଫ

କଟକ: ସିଲଭରସିଟିରେ ଦିନକୁ ଦିନ ବଢି ଚାଲିଛି ଅପରାଧ । ପୋଲିସର ଆଖିରେ ଧୂଳିଦେଇ ଚମ୍ପଟ ମାରିଥିବା କୁଖ୍ୟାତ ଲୁଟେରା ପ୍ରଭାତ କୁମାର ମହାକୁଳ ଓରଫ ଡେଙ୍ଗା ବାବୁଲିକୁ ଗିରଫ କରିଛି ପୋଲିସ । କଟକ ମଧୁପାଟଣା ଥାନାରେ ଦାୟର ହୋଇଥିବା ସୁନା ଚେନ ଚୋରି ମାମଲାରେ ତାଙ୍କୁ ଆଜି(ବୁଧବାର) ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ, ଗତ ମାସରେ ମଧୁପାଟଣା ଥାନାରେ ଏକ କେସ ଦାୟର ହୋଇଥିଲା । ସ୍ଥାନୀୟ ଅଞ୍ଚଳର ସୁଶାନ୍ତ କୁମାର ମହାପାତ୍ରଙ୍କ ସ୍ତ୍ରୀ ଘରେ ଝରକା ପାଖରେ ଠିଆ ହୋଇଥିଲେ । ହେଲେ ହଠାତ ଝରକାରେ ହାତ ଗଳାଇ ବେକରେ ଥିବା ଚେନକୁ ଝାମ୍ପି ନେଇଥିଲା ଲୁଟେରା । ଏହାପରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବୁଧବାର ଡେଙ୍ଗା ବାବୁଲିକୁ ଗିରଫ କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.