ETV Bharat / city

କୋରୋନାରେ ଯୁବ ସାମ୍ବାଦିକଙ୍କ ପରଲୋକ

author img

By

Published : May 28, 2021, 4:54 PM IST

Updated : May 28, 2021, 5:14 PM IST

କୋରୋନାରେ ପୁଣି ଜଣେ ସାମ୍ବାଦିକଙ୍କ ଗଲା ଜୀବନ । ଅନୁଗୋଳର ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ହୋଇଛି ପରଲୋକ ।

Young Odia Journalist Raghunath Sahu Succumbs To Covid-19
Young Odia Journalist Raghunath Sahu Succumbs To Covid-19

ଭୁବନେଶ୍ବର: କୋରୋନାରେ ପୁଣି ଜଣେ ସାମ୍ବାଦିକଙ୍କ ଗଲା ଜୀବନ । ଅନୁଗୋଳର ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ହୋଇଛି ପରଲୋକ । ମାତ୍ର 29 ବର୍ଷ ବୟସରେ କୋରୋନା ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି ରଘୁନାଥ ।

ପ୍ରତିଷ୍ଠିତ ଓଡିଆ ଗଣମାଧ୍ୟମରେ କାର୍ଯ୍ୟ କରୁଥିଲେ ରଘୁନାଥ । କିଛି ଦିନ ତଳେ ସେ କୋରୋନାରେ ସଂକ୍ରମିତ ହୋଇଥିଲା ବେଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ସେ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଓଡିଶାରେ କୋଭିଡ-19ର ଦ୍ବିତୀୟ ଲହର ପ୍ରଭାବରେ ଏବେ ସୁଦ୍ଧା ପ୍ରାୟ 33 ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 28, 2021, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.