ETV Bharat / city

Congress Price Hike Protest: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ

author img

By

Published : Nov 24, 2021, 8:56 PM IST

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି(Price Hike Tension) ପ୍ରତିବାଦରେ ଆଜି(ବୁଧବାର) ବିକ୍ଷୋଭ ପ୍ରଦର୍ଶନ କରିଛି ପ୍ରଦେଶ ମହିଳା କଂଗ୍ରେସ । ଅଧିକ ପଢ଼ନ୍ତୁ

Congress Price Hike Protest: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ
Congress Price Hike Protest: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି(Price Hike Tension) ପ୍ରତିବାଦରେ ଆଜି(ବୁଧବାର) ବିକ୍ଷୋଭ ପ୍ରଦର୍ଶନ କରିଛି ପ୍ରଦେଶ ମହିଳା କଂଗ୍ରେସ(Women Congress Protest) । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହାଇଥିବା କଂଗ୍ରେସ ଅଭିଯୋଗ କରିଛି । ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ ସହ ଜନଜାଗରଣ ଯାତ୍ରା (Jagarana Jatra Congress)କରାଯାଇଥିଲା ।

Congress Price Hike Protest: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ

କଂଗ୍ରେସ କର୍ମୀମାନେ ବେକରେ ପରିବାର ମାଳ ପକାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇ ପ୍ରତିବାଦ କରିଥିଲା ମହିଳା କଂଗ୍ରେସ । ଦିନକୁ ଦିନ ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇ ପଡ଼ୁଛନ୍ତି । ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ଭଳି ମାମଲା ବଢ଼ି ଚାଲିଛି । ମହିଳା କଂଗ୍ରେସ ଆଜି ମମିତା ହତ୍ୟାକାଣ୍ଡରେ ନ୍ୟାୟ ଦେବାକୁ ମଧ୍ୟ ଦାବି କରିଛି ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ରହିଛନ୍ତି । ଦୁଷ୍କର୍ମକାରୀଙ୍କୁ ଫାଶୀ ସହ ରାଜ୍ୟରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନକଲେ ଆନ୍ଦୋଳନ ତୀବ୍ରତର କରିବାକୁ ମହିଳା କଂଗ୍ରେସ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.