ETV Bharat / city

Model Code Of Conduct Violation: ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ୍‌

author img

By

Published : Feb 19, 2022, 9:14 AM IST

ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ : ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ : ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ଅଭିଯୋଗ ଆଣିଲା ବିଜେପି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ପଟା ବାଣ୍ଟିଥିବାର ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କଲା ବିଜେପି ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ : ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

ନବରଙ୍ଗପୁରରେ ଶିକ୍ଷକ ମଦ ବାଣ୍ଟୁ ଥିବାର ବି ଅଭିଯୋଗ ଆଣିଛି ବିଜେପି । ସରକାରୀ କଳକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଳାଇଛି ବିଜେଡ଼ି । ସେପଟେ ବିଜେଡିର ରାଜନୈତିକ ହିଂସାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଦଳ ।

ଏହାବି ପଢନ୍ତୁ : Panchayat Polls: ଭୋଟ ଦେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ

ବିଜେଡିର ଅଭିଯୋଗ ସୈତାନର ବେଦ ପାଠ ବୋଲି କହିଲେ ବିଜେପି ନେତା । 22 ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି ନବୀନ ପଟ୍ଟନାୟକ । ତା ପରେ ବି ଏଭଳି ଘଟଣା ଘଟୁଛି । ପୋଲିସ କଣ କରୁଛି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ଦଳ ଅଭିଯୋଗ ଆଣିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.