ETV Bharat / city

କଂଗ୍ରେସ ପାଳୁଛି ମଧୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ

author img

By

Published : Feb 4, 2021, 1:24 PM IST

ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ହେଉଛି ପୁଣ୍ୟତିଥି । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର । ଆଜି ତାଙ୍କ 86 ତମ ପୁଣ୍ୟତିଥିରେ ମନେ ପକାଉଛନ୍ତି ପ୍ରତ୍ୟେକ ଓଡିଆ । ଅଧିକ ପଢନ୍ତୁ...

ମଧୂବାବୁଙ୍କ  86 ତମ ପୁଣ୍ୟତିଥି
ମଧୂବାବୁଙ୍କ 86 ତମ ପୁଣ୍ୟତିଥି

ଭୁବନେଶ୍ବର: ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ହେଉଛି ପୁଣ୍ୟତିଥି । ଓଡିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସଙ୍କ 86ତମ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।

ମଧୂବାବୁଙ୍କ 86 ତମ ପୁଣ୍ୟତିଥି

ଏହି ମହାନ ବ୍ୟକ୍ତି 1848 ମସିହା 28 ଏପ୍ରିଲରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର ପ୍ରଥମ ଗ୍ରାଜୁଏଟ,ପ୍ରଥମ ଏମ୍ଏ,ପ୍ରଥମ ଓକିଲ,ପ୍ରଥମ ମନ୍ତ୍ରୀ, ପ୍ରଥମ ଓଡ଼ିଆ ବିଲାତଯାତ୍ରୀ ତଥା ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ହେଉଛି ପୁଣ୍ୟତିଥି । ଆଜି ବି ସେ ପ୍ରତ୍ୟେକ ଓଡିଆଙ୍କ ମଧ୍ୟରେ ଜୀବିତ । ଓଡିଶାର ଅଗ୍ରଗତି ନିମନ୍ତେ ଅନେକ ଚେଷ୍ଟା କରିଛନ୍ତି । 1934ମସିହା ଆଜିର ଦିନରେ ଓଡିଶା ତାର ସୁଯୋଗ୍ୟ ସନ୍ତାନକୁ ହରାଇଥିଲା । ତାଙ୍କର 86ତମ ପୂଣ୍ୟତିଥିରେ ରାଜଭବନ ନିକଟରେ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛି ରାଜ୍ୟ କଂଗ୍ରେସ । ଏହା ସହିତ କଂଗ୍ରେସ ଭବନରେ ମଧ୍ୟ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଯଦି ଓଡିଶା ସ୍ବତନ୍ତ୍ର ଓଡିଶା ହୋଇଛି ତାହା କେବଳ ମଧୁସୂଦନଙ୍କ ପାଇଁ । ନିଜର ବିଚକ୍ଷଣ ବୁଦ୍ଧି ପାଇଁ ନୂତନ ଓଡିଶାକୁ ଜନ୍ମ ଦେଇଥିବା ବ୍ୟକ୍ତି ହେଲେ ମଧୁସୂଦନ ଦାସ । ଶିଳ୍ପ, କୃଷିର ବିକାଶ ପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ଉତ୍କଳ ଓଡିଶା ଗଠନରେ ତାଙ୍କର ଆବଦାନ ଆତୁଳନୀୟ ବୋଲି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.