ETV Bharat / city

ପୌରାଞ୍ଚଳରେ ପଲିଥିନ ଓ ପ୍ଲାଷ୍ଟିକ ନିଷିଦ୍ଧ, ବାଦ୍ ପଡିବ ଏହିସବୁ ସାମଗ୍ରୀ...

author img

By

Published : Oct 1, 2019, 1:19 PM IST

ରାଜ୍ୟର ସବୁ ପୌରାଞ୍ଚଳରେ ପଲିଥିନ ଓ ସିଙ୍ଗଲ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ହୋଇଛି । ଆସନ୍ତାକାଲି ଠାରୁ ଏନେଇ କଟକଣା ଲାଗୁ ହେବ । ତେବେ କେଉଁ ସାମଗ୍ରୀ ବାଦ ପଡିବ ପଢନ୍ତୁ...

ଡିଜାଇନ ଫଟୋ

ଭୁବନେଶ୍ବର: ରାଜ୍ୟର ସବୁ ପୌରାଞ୍ଚଳରେ ପଲିଥିନ ଓ ସିଙ୍ଗଲ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ହୋଇଛି । ଆସନ୍ତାକାଲି ଠାରୁ ଏନେଇ କଟକଣା ଲାଗୁ ହେବ । ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର 5ଟି ମହାନଗର ନିଗମ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ସହ ପୁରୀ ପୌରାଞ୍ଚଳରେ ପ୍ରଥମ ଦଫାରେ ପ୍ଲାଷ୍ଟିକ ବ୍ୟାନ କରାଯାଇଥିଲା । ଏବେ ଅନ୍ୟ ପୌରାଞ୍ଚଳରେ ଏହା ଲାଗୁ ହେବ । ଏହି ଅଞ୍ଚଳରେ କୌଣସି ବ୍ୟକ୍ତି ସିଙ୍ଗଲ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବିକ୍ରୀ, କାରବାର, ଆମଦାନୀ, ସଂରକ୍ଷଣ, ବ୍ୟବହାର, ପରିବହନ କିମ୍ବା ବାଣ୍ଟି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

କମ୍ପୋଷ୍ଟ ହେଉଥିବା ପଲିଥିନ ବ୍ୟତୀତ କୌଣସି ପଲିଥିନ ବ୍ୟାଗ ବ୍ୟବହାର ହୋଇ ପାରିବ ନାହିଁ । 200 ମିଳିଲିଟରରୁ କମ ୱାଟର ବଟଲ ନିଷିଦ୍ଧ ହୋଇଛି । ସେହିଭଳି ସିଙ୍ଗଲ ୟୁଜ ପ୍ଲାଷ୍ଟିକ କପ୍‌, ଥର୍ମ କୁଲ, ପ୍ଲେଟ, ଚାମଚ, ଗ୍ଲାସ, ବାଉଲ, ପାଉଚ, କଣ୍ଟେନରକୁ ନିଷିଦ୍ଧ କରାଯାଇଛି । କେବଳ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ପାଇଁ ଉତ୍ତମ ମାନର ପ୍ଲାଷ୍ଟିକ ବ୍ୟବହାର କରିବାକୁ କୁହାଯାଇଛି । ଥର୍ମୋକୁଲ ଡେକୋରେଟିଭ ସାମଗ୍ରୀ ଯେପରିକି ପ୍ଲାଷ୍ଟିକ ଫୁଲ ବି ନିଷିଦ୍ଧ ହୋଇଛି । ଦୁଗ୍ଧଜାତ ସାମଗ୍ରୀ, ଖାଦ୍ୟ ପ୍ୟାକେଟ, ଖାଇବା ତେଲ କ୍ଷେତ୍ରରେ 50 ମାଇକ୍ରନରୁ କମ ପଲିଥିନ ବ୍ୟବହାର ଉପରେ ରୋକ ଲଗାଯାଇଛି ।

ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଫେ, ମୋବାଇଲ ଫୁଡ କାଉଣ୍ଟର, ବିବାହ ପାର୍ଟି, ଅଫିସ, ବିଭିନ୍ନ ଉତ୍ସବରେ ଏହି ଆଇନ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି । ୱାଟର ବଟଲ ହେଉ କି ମୃଦୁ ପାନୀୟ କମ୍ପାନୀ, ଯେଉଁ ଖୁଚୁରା ବିକ୍ରେତା ଜରିଆରେ ବିକ୍ରି କରୁଛନ୍ତି ସେମାନଙ୍କ ଠାରୁ ସେହି ବାଟରେ ଫେରସ୍ତ ନେବେ ।


ମୁନ୍ୟିସିପାଲଟିର କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ କିପରି ଭାବରେ କଡାକଡି ପାଳନ କରାଯିବ ସେ ଦାୟିତ୍ବ ତୁଲାଇବେ । ସେହିପରି କିପରି ପ୍ଲାଷ୍ଟିକ ରିସାଇକେଲ ହେବ ସେନେଇ ପଦକ୍ଷେପ ନେବେ । ତେବେ କଣ ଦଣ୍ଡ ରହିବ ସେନେଇ ଜିଲ୍ଲାପାଳ, ସବ ଡିଭିଜନ ମାଜିଷ୍ଟ୍ରେଟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ନିଷ୍ପତ୍ତି ନେବେ । ଏନେଇ ଲୋକଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ୟୁଏଲବି ସଚେତନ କରିବେ ବୋଲି କୁହାଯାଇଛି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟର ସବୁ ପୋୖରାଞ୍ଚଳରେ ପଲିଥିନ ଓ ସିଙ୍ଗଲ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ହୋଇଛି। ଆସନ୍ତା କାଲି ଠାରୁ ଏନେଇ କଟକଣା ଲାଗୁ ହେବ।ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଗତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର 5ଟି ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ମହାନଗର ନିଗମ ସମେତ ପୁରୀ ଓ ସମ୍ବଲପୁର ପୋୖରାଞ୍ଚଳରେ ପ୍ରଥମ ଦଫାରେ ନିୟମ ଲାଗୁ ହୋଇଥିଲା। ହେଲେ ଏବେ ବଲକା ପୋୖରାଞ୍ଚଳରେ ଏହା ଲାଗୁ ହେବ। ଏହି ଅଂଚଳରେ କୌଣସି ବ୍ୟକ୍ତି ସିଙ୍ଗଲ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବିକ୍ରୀ, କାରବାର, ଟିଆଟି, ଆମଦାନୀ, ସଂରକ୍ଷଣ, ବ୍ୟବହାର, ପରିବହନ, ବ୍ୟବହାର କିମ୍ବା ବାଣ୍ଟି ପାରିବେ ନାହିଁ ବୋଲି ସିଧାସଳଖ ନିର୍ଦ୍ଦେଶ ଦେଇଛନ୍ତି। କମ୍ପୋଷ୍ଟ ହେଉଠିନା ପଲିଥିନ ବ୍ୟତୀତ କୌଣସି ପଲିଥିନ ବ୍ୟାଗ ବ୍ୟବହାର ହୋଇ ପାତିବ ନାହିଁ। 200 ମିଳିଲିଟର ରୁ କମ ୱାଟର ବଟଲ ନିଷିଦ୍ଧ ହୋଇଛି। ସେହିଭଳି ସିଙ୍ଗଲ ୟୁଜ ପ୍ଲାଷ୍ଟିକ କପ, ଥର୍ମ କୁଲ, ପ୍ଲେଟ, ସ୍ପୁନ, ଗ୍ଲାସ, ବଉଲ, ପାଉଚ, କଣ୍ଟେନର କୁ ନିଷିଦ୍ଧ କରାଯାଇଛି। କେବଳ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ପାଇଁ ଉତ୍ତମ ମାନର ପ୍ଲାଷ୍ଟିକ ବ୍ୟବହାର କରିବାକୁ କୁହାଯାଇଛି। ଥରମୋ କୁଲ ଡେକରଟ ସାମଗ୍ରୀ ଯେପରିକି ପ୍ଲାଷ୍ଟିକ ଫୁଲ ବି ନିଷିଦ୍ଧ ହୋଇଛି। ଦୁଗ୍ଧଜାତ ସାମଗ୍ରୀ, ଖାଦ୍ୟ ପ୍ୟାକେଟ, ଖାଇବା ତେଲ କ୍ଷେତ୍ରରେ 50 ମାଇକ୍ରନରୁ କମ ପଲିଥିନ ଵ୍ୟଵହାର ଉପରେ ରୋକ ଲଗାଯାଇଛି। ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଫେ, ମୋବାଇଲ ଫୁଡ଼ କାଉଣ୍ଟର, ବିବାହ ପାର୍ଟି, ଅଫିସ, ବିଭିନ୍ନ ଉତ୍ସାବରେ ଏହି ଆଇନ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି। ୱାଟର ବଟଲ ହେଉ କି ମୃଦୁ ପାନୀୟ କମ୍ପାନୀ, ଯେଉଁ ଖୁଚୁରା ବିକ୍ରେତା ଜରିଆରେ ବିକ୍ରି କରୁଛନ୍ତି ସେମାନଙ୍କ ଠାରୁ ସେହି ବାଟରେ ଫେରସ୍ତ ନେବେ।
ମୁନିସିପାଳିଟିର କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ କିପରି ଭାବରେ କଡ଼ାକଫି ପାଳନ କରାଯିବ, ଧରପଗଡ଼ କରିବା ଦାୟିତ୍ବ ତୁଲାଇବେ।ସେହିପରି କିପତି ପ୍ଲାଷ୍ଟିକ ରିସାଇକଲ ହେବ ସେନେଇ ପଦକ୍ଷେପ ନେବେ। ସେହିଭଳି କଣ ଦଣ୍ଡ ବିଫହଁ ରହିବ ସେନେଇ ଜିଲାପାଳ, ସବ ଡିଭିଜନ ମାଜିଷ୍ଟ୍ରେଟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ନିଷ୍ପତ୍ତି ନେବେ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ULB ଲୋକଙ୍କୁ ସଚେତନ କରିବେ।

Body:GConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.