ETV Bharat / city

ଆସନ୍ତା 24 ଘଣ୍ଟାରେ ଝଡବର୍ଷାକୁ ପବନ, ୟେଲୋ ୱାର୍ଣ୍ଣିଙ୍ଗ ଜାରି

author img

By

Published : Mar 4, 2020, 10:49 PM IST

ଆସନ୍ତା 24 ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, କନ୍ଧମାଳ, ରାୟଗଡା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଧାରେ ଘଡଘଡି ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ଝଡ ବର୍ଷା ସହ ଲାଗିରହିବ ପବନ, ୟେଲୋ ୱାର୍ଣ୍ଣିଙ୍ଗ ଜାରି
ଝଡ ବର୍ଷା ସହ ଲାଗିରହିବ ପବନ, ୟେଲୋ ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ଝଡ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି । ପଶ୍ଚିମବଙ୍ଗ ଗାଙ୍ଗେଟିକ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବର୍ଷା ସମ୍ଭାବନା ରହିଛି।

ଝଡ ବର୍ଷା ସହ ଲାଗିରହିବ ପବନ, ୟେଲୋ ୱାର୍ଣ୍ଣିଙ୍ଗ ଜାରି

ଏହାସହ ଆସନ୍ତା 24 ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, କନ୍ଧମାଳ, ରାୟଗଡା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଧାରେ ଘଡଘଡି ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ମାର୍ଚ୍ଚ ୬ ତାରିଖରେ ବର୍ଷାର ପରିମାଣ ବଢିବା ସହ ଘଡଘଡି, କୂଆପଥର ବର୍ଷା ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝରରେ ସମ୍ଭାବନା ରହିଛି । ଏହାସହ ୩୦ ରୁ ୪୦ କିମି ବେଗରେ ପବନ ହେବ । ସେହିପରି କନ୍ଧମାଳ ,ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ,ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ,କଟକ ଓ ଯାଜପୁର ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ମାର୍ଚ୍ଚ ୭ ଓ ୮ ତାରିଖରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଗତ 24 ଘଣ୍ଟା ଭିତରେ ମୟୂରଭଞ୍ଜର ଚନ୍ଦନପୁର ଠାରେ ସର୍ବାଧିକ ୨୭.୬ ମିମି ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.