ETV Bharat / city

Odisha Corona: ଦିନକରେ ୩୦୮୬ ପଜିଟିଭ ଚିହ୍ନଟ

author img

By

Published : Feb 1, 2022, 9:30 AM IST

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୮୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨,୩୨୬ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona: ଦିନକରେ ୩୦୮୬ ପଜିଟିଭ ଚିହ୍ନଟ
Odisha Corona: ଦିନକରେ ୩୦୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୮୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୫୪ କିଶୋର କିଶୋରୀ ରହିଥିବା ବେଳେ ୧୭୯୭ କ୍ବାରେଣ୍ଟାଇନ ସେଣ୍ଟର ଓ ୧୨୮୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୮୨, ବାଲେଶ୍ବରରୁ ୭୬, ବରଗଡରୁ ୩୬, ଭଦ୍ରକରୁ୭୭, ବଲାଙ୍ଗୀରରୁ ୭୬, ବୌଦ୍ଧରୁ ୧୬, କଟକରୁ ୩୨୫, ଦେବଗଡରୁ ୬୯, ଢେଙ୍କାନାଳରୁ ୭୧, ଗଜପତିରୁ ୬୩, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୭୪, ଯାଜପୁରରୁ ୧୪୯, ଝାରସୁଗୁଡାରୁ ୬୯, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୨୪, କେନ୍ଦ୍ରାପଡାରୁ ୪୯, କେନ୍ଦୁଝରରୁ ୩୯, କୋରାପୁଟରୁ ୪୪, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୮୪, ନୟାଗଡରୁ ୧୧୦, ନୂଆପଡାରୁ ୧୦୬, ପୁରୀରୁ ୪୨, ରାୟଗଡାରୁ ୪୦, ସମ୍ବଲପୁରରୁ ୭୫, ସୋନପୁରରୁ ୩୫, ସୁନ୍ଦରଗଡରୁ ୨୧୬ ଓ ଷ୍ଟେଟପୁଲରୁ ୧୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨,୩୨୬ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.