ETV Bharat / city

ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

author img

By

Published : Aug 7, 2022, 3:50 PM IST

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ବିମାନବନ୍ଦରରୁ ମେ ଫେୟାର ଓ ମେ ଫେୟାରରୁ ଲିଙ୍ଗରାଜ ମନ୍ଦିର ଯାଏଁ କାରକେଡ଼ ରିହରସଲ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

କଡ଼ାକଡ଼ି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
କଡ଼ାକଡ଼ି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ନିଜେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବାବେଳେ, ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି 24 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଶାହଙ୍କ କାରକେଡରେ 30 ଗାଡ଼ି ରହିବ । ଏଥିରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଗାଡ଼ି, ଜାମର ରହିବ । ବିମାନବନ୍ଦରରୁ ମେ ଫେୟାର ଓ ମେ ଫେୟାରରୁ ଲିଙ୍ଗରାଜ ମନ୍ଦିର ଯାଏଁ କାରକେଡ଼ ରିହରସଲ କରିଛି କମିଶନରେଟ ପୋଲିସ । ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ସମ୍ମୁଖରେ ବାରିକେଡ ହେବ ।

ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, କଡ଼ାକଡ଼ି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଏହା ବି ପଢନ୍ତୁ...କେନ୍ଦ୍ର-ରାଜ୍ୟ ବିବାଦର ସମାଧାନ କରିବ NITI Aayog: ମୁଖ୍ୟମନ୍ତ୍ରୀ

ରାତି ପାଖାପାଖି ସାଢେ 9ଟାରେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିବାର ସୂଚୀ ରହିଛି । ବିମାନବନ୍ଦରରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ସେଠାରୁ କଡା ସୁରକ୍ଷ ବଳୟ ଭିତରେ ଭୁବନେଶ୍ବର ମେ ଫେୟାର ହୋଟେଲରେ ରାତ୍ରୀ ଯାପନ କରିବେ । ସେଠାରୁ ଆସନ୍ତାକାଲି (ସୋମବାର) ସକାଳେ ଲିଙ୍ଗରାଜଙ୍କୁ ଦର୍ଶନ ସାରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଘରେ ଜଳପାନ କରିବେ । ଏନେଇ ସୂଚନା ଦେଇଛନ୍ତି BJP ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଗୋଲକ ମହାପାତ୍ର ।

ଏହା ପରେ କଟକ ଗସ୍ତ କରିବେ ଶାହ । ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରିବେ । ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଫୁଲନଖରା ଠାରୁ କାର୍କେଡେ ଇନଡୋର୍‌ ଷ୍ଟାଡିୟମ ନିଆଯିବ । ଇନଡୋର ଷ୍ଟାଡିୟମ ପ୍ରଜାତନ୍ତ୍ରକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗସ୍ତ ସମୟରେ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯିବ । ଗାଡ଼ି ଚଳାଚଳ ବନ୍ଦ ରହିବ । କଟକ ସହରରେ ୩୦ ପ୍ଲାଟୁନ୍ ପୋଲିସ୍ ମୁତୟନ ରହିବେ । ସେଠାରୁ ପାର୍ଟି ଅଫିସରେ ପହଞ୍ଚିବେ । ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ ହେବ । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଦଳୀୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃ ମଣ୍ଡଳୀମାନଙ୍କ ସହିତ ଶାହ ଆଲୋଚନା କରିବେ । ଏହା ପରେ 5ଟାରେ ମୋଦି ଟୁ ଏକ ପୁସ୍ତକ ଉନ୍ମୋଚିତ ହେବ । ଆସନ୍ତାକାଲି ସନ୍ଧ୍ୟାରେ ହିଁ ଦିଲ୍ଲୀ ଫେରିଯିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.