ETV Bharat / city

୩ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ଘଟଣା: ରିପୋର୍ଟ ମାଗିଲେ MKCG କର୍ତ୍ତୃପକ୍ଷ

author img

By

Published : Oct 18, 2022, 10:07 AM IST

ଏମକେସିଜି ମେଡିକାଲରେ ଗୋଟିଏ ସିଲିଣ୍ଡରରୁ ତିନି ଜଣ ଶିଶୁଙ୍କୁ ଅକ୍ସିଜେନ ଯୋଗାଣ । ଶିଶୁ ବିଭାଗୀୟ ମୁଖ୍ୟଙ୍କୁ ରିପୋର୍ଟ ମାଗିଲେ ମେଡିକାଲ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

୩ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ଘଟଣା: ରିପୋର୍ଟ ମାଗିଲେ MKCG କର୍ତ୍ତୃପକ୍ଷ
୩ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ଘଟଣା: ରିପୋର୍ଟ ମାଗିଲେ MKCG କର୍ତ୍ତୃପକ୍ଷ

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମକେସିଜି ମେଡିକାଲରେ(MKCG Medical) ଗୋଟିଏ ସିଲିଣ୍ଡରରୁ ତିନି ଜଣ ଶିଶୁଙ୍କୁ ଅକ୍ସିଜେନ ଯୋଗାଣ(three children share one oxygen cylinder) ସମୟର ଫଟୋ ଭାଇରାଲ ହେବା ପରେ ଏହାର ତଦନ୍ତ ପାଇଁ ଶିଶୁ ରୋଗ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ମେଡିକାଲ ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର(Santosh Kumar Mishra) ଉଦବେଗ ପ୍ରକାଶ କରି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରିପୋର୍ଟ ମିଳିବା ପରେ ହିଁ କୌଣସି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

୩ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ଘଟଣା: ରିପୋର୍ଟ ମାଗିଲେ MKCG କର୍ତ୍ତୃପକ୍ଷ

ଏହାମଧ୍ୟ ପଢନ୍ତୁ: ଭକ୍ତି ଆଗରେ ହାର ମାନିଛି ବୟସ, 105 ବର୍ଷ ବୟସରେ ହବିଷ୍ୟ କରୁଛନ୍ତି ହାରାମଣି

କେଉଁ ପରିସ୍ଥିତିରେ ଶିଶୁମାନଙ୍କୁ ଗୋଟିଏ ସିଲିଣ୍ଡର ଅକ୍ସିଜେନ ଦିଆଯାଇଥିଲା ସେନେଇ ସ୍ପଷ୍ଟୀକରଣ ଦେବାକୁ ବିଭାଗୀୟ ମୁଖ୍ୟ(Head of Paediatric department)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିଏ ଏହି ନିର୍ଦ୍ଦେଶ ଦେଇଥିଲେ ଏବଂ ଶିଶୁମାନଙ୍କୁ କେତେ ପରିମାଣର ଅକ୍ସିଜେନ୍ ଆବଶ୍ୟକତା ରହିଥିଲା ସେହି ସମସ୍ତ ବିଷୟରେ ତଦନ୍ତ ରିପୋର୍ଟ ଆସିବା ପରେ ହିଁ କୌଣସି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେଡିକାଲର ଅଧିକ୍ଷକ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: MKCGରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ଗୋଟିଏ ସିଲିଣ୍ଡରରୁ ତିନି ଶିଶୁଙ୍କୁ ଅକ୍ସିଜେନ୍

ପ୍ରକାଶଥାଉ କି, ଶନିବାର ଏମକେସିଜିର ଏସ୍‌ଏନ୍‌ସିୟୁ ୱାର୍ଡ(Special Newborn Care Unit Ward)ରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ବିକଳ ଦୃଶ୍ୟ ସାମ୍ନାକୁ ଆସିଥିଲା । ହୃଦରୋଗ ଚିକିତ୍ସା ପାଇଁ ତିନିଟି ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଅକ୍ସିଜେନ୍ ଦିଆଯାଇଥିଲା । ଶିଶୁମାନଙ୍କୁ ସେମାନଙ୍କ ମାଆମାନେ କୋଳରେ ଧରି ଯାଉଥିବାବେଳେ ଆଗରେ ଜଣେ ଆଟେଣ୍ଡା ଅକ୍ସିଜେନ ସିଲିଣ୍ଡରକୁ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ତଥା କେନ୍ଦ୍ର ସରକାର ଚିକିତ୍ସା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଘଟଣାକୁ ନେଇ ଚାରିଆଡେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.