ETV Bharat / city

ସ୍ବାଭାବିକ ଠାରୁ କମୁଛି ମୌସୁମୀ ବର୍ଷା

author img

By

Published : Jun 28, 2021, 5:24 PM IST

ରାଜ୍ୟରେ ମୌସୁମୀ ଜନିତ ବର୍ଷା କମିବାରେ ଲାଗିଛି । ସ୍ବାଭାବିକ ଠୁ କମ୍ ହେଉଛି ବର୍ଷା । ଅଧିକ ପଢନ୍ତୁ...

ସ୍ବାଭାବିକ ଠାରୁ କମୁଛି ମୌସୁମୀ ବର୍ଷା
ସ୍ବାଭାବିକ ଠାରୁ କମୁଛି ମୌସୁମୀ ବର୍ଷା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଜନିତ ବର୍ଷା ଦିନକୁ ଦିନ କମିବାରେ ଲାଗିଛି । ସ୍ବାଭାବିକଠୁ କମ୍ ହେଉଛି ବର୍ଷା । ୧ ଜୁନ ରୁ ୨୮ ଜୁନ ୨୦୨୧ ସୁଦ୍ଧା ଓଡିଶାରେ ୧୭୯.୭ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୯୭.୮ ମିମି ଠାରୁ ୯ ପ୍ରତିଶତ କମ ରହିଛି ।

୧ ଜୁନ ରୁ ୨୮ ଜୁନ ମଧ୍ୟରେ ୧୪ ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି,ନୟାଗଡ, ଅନୁଗୁଳ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ଵାଭାବିକ ବର୍ଷା ଠାରୁ ୨୦ ରୁ ୫୯ % ଯାଏଁ କମିଛି ।

ଏହି ସମୟ ପରିଧି ମଧ୍ୟରେ ୬ ଜିଲ୍ଲା ସୁନ୍ଦରଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କୋରାପୁଟ ଠାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି ।

ଆଜି (ସୋମବାର) ସୁଦ୍ଧା କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୭୮.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୮୩.୧ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.