ETV Bharat / city

ଓଡିଆ ଚଳଚ୍ଚିତ୍ର ରବେରୀର ଶୁଭ ମହୁରତ

author img

By

Published : Apr 26, 2022, 12:01 PM IST

ପରଦାକୁ ଆସୁଛି "ରବେରୀ"। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ଫିଲ୍ମ ନିର୍ମାତା ପୁଣି ଏକ ଭେଟି ଦେଇଛି । ଅଧିକ ପଢ଼ନ୍ତୁ

subha muhurat of odia cinema robbery
ଓଡିଆ ଚଳଚ୍ଚିତ୍ର "ରବେରୀ"ର ଶୁଭ ମହୁରତ

ଭୁବନେଶ୍ବର: ପରଦାକୁ ଆସୁଛି "ରବେରୀ"। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ଫିଲ୍ମ ନିର୍ମାତା ପୁଣି ଏକ ଭେଟି ଦେଇଛି। ଭୁବନେଶ୍ବରରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଛି । ଏଥିରେ 5 ଜଣ ନାୟକ ମୁଖ୍ୟ ଭୂମିକାରେ ଥିବାବେଳେ ଜଣେ ମୁଖ୍ୟ ନାୟିକା ରହିଛନ୍ତି ।

ଓଡିଆ ଚଳଚ୍ଚିତ୍ର "ରବେରୀ"ର ଶୁଭ ମହୁରତ

ସୁବାଷ ଜେନା "ରବେରୀ" ସିନେମାର ପ୍ରଯୋଜନା କରିଛନ୍ତି । କାହାଣୀ ଓ ନିର୍ଦ୍ଦେଶନା ସମ୍ଭାଳିଛନ୍ତି ଶୈଳେନ୍ଦ୍ର ପରିଡା। ଚିତ୍ରନାଟ୍ୟ ଓ ସଂଳାପ ପ୍ରଣବ ପ୍ରସନ୍ନ ରଥ କରିଥିବାବେଳେ ଧୂବାନନ୍ଦ ପଣ୍ଡା ଚିତ୍ରୋତ୍ତଳନ କରିଛନ୍ତି । ମୁଖ୍ୟ ଭୂମିକାରେ ରାଜେଶ, ରିଶି, ରିୟା, କ୍ରିଷ୍ଠା କର, ପିଣ୍ଟୁ ନନ୍ଦ ଓ ଅମର ଅଭିନୟ କରୁଛନ୍ତି । କିଛି ଅଜଣା ବ୍ୟକ୍ତି ଜୀବନ ସ୍ରୋତରେ ଏକାଠି ହେଉଛନ୍ତି ଏବଂ ପରିସ୍ଥିତିରେ ପଡ଼ି ସଭିଁଙ୍କ ଲକ୍ଷ୍ୟ ଗୋଟିଏ ହେଉଛି । ପରେ ସେମାନେ ଏକ ଟିମରେ ପରିଣତ ହେଉଛନ୍ତି। ତାଙ୍କ ଟିମ ମିଶନରେ ସଫଳ ହେଉଛନ୍ତି କି ନାହିଁ ତାର ଉଦାହରଣ ହେଉଛି ସିନେମା "ରବେରୀ"। ତେବେ ଚଳଚ୍ଚିତ୍ରରେ ଲଭ ରୋମାନ୍ସ ଓ କମେଡି ରହିଥିବା ବେଳେ ଧନ ନୁହେଁ ଏଠି ମନର ବି ରବେରୀ ହୋଇଛି । ଏଭଳି ଏକ ଭିନ୍ନ ଚଳଚ୍ଚିତ୍ରକୁ ହଲକୁ ଆସି ଦେଖିବା ସହ ଓଡିଆ ଚଳଚ୍ଚିତ୍ରକୁ ପୁଣି ଭଲପାଇବା ଦେବାକୁ ଅଭିନେତ୍ରୀ ଓ ଅଭିନେତାମାନେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.