ETV Bharat / city

ଛାତ୍ରଛାତ୍ରୀ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ

author img

By

Published : Jul 22, 2021, 5:47 PM IST

ସ୍କୁଲକୁ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଏବଂ ହଷ୍ଟେଲରେ ପିଲା ରହିବା ପାଇଁ କନସେଣ୍ଟ ଫର୍ମ ବାଧ୍ୟତାମୂଳକ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା । ସ୍କୁଲ୍ ଖୋଲିବା ନେଇ ସବୁ ପ୍ରସ୍ତୁତି ସରିଛି ଅଭିଭାବକଙ୍କ ଅନୁମତି ନିହାତି ଆବଶ୍ୟକ । ଅଧିକ ପଢନ୍ତୁ...

ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ
ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ

ଭୁବନେଶ୍ବର: ସ୍କୁଲକୁ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଏବଂ ହଷ୍ଟେଲରେ ପିଲା ରହିବା ପାଇଁ କନସେଣ୍ଟ ଫର୍ମ ବାଧ୍ୟତାମୂଳକ । ହଷ୍ଟେଲ ଖୋଲିବା ନେଇ ଏସଓପି ମଧ୍ୟ ଜାରି ହୋଇସାରିଛି । ପିଲାଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ଶିକ୍ଷକ ଟିକା ନେଇ ସାରିଛନ୍ତି । ଯେଉଁମାନେ ବାକି ଅଛନ୍ତି ଦ୍ଵିତୀୟ ଡୋଜ ସେମାନେ କେମିତି ନେବେ ତାକୁ ପ୍ରାଥମିକତାସ୍ତରରେ ଦୃଷ୍ଟି ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ
ସେ କହିଛନ୍ତି ଯେ, 'ଟିକା ନ ନେଇଥିଲେ ଶିକ୍ଷକ ସ୍କୁଲ ଆସି ପାରିବେନି ଏସଓପିରେ ଲେଖା ହୋଇନାହିଁ । ତେଣୁ ସମସ୍ତେ ସ୍କୁଲ୍ ଆସିପାରିବେ । ପିଲାଙ୍କ ସ୍କୁଲ ଆସିବା ନେଇ ଅଭିଭାବକଙ୍କ ଅନୁମତି ଆବଶ୍ୟକ । କାଗଜରେ ହେଉ, ଟେଲିଫୋନ ଅବା ହ୍ବାଟ୍ସଆପ ମାଧ୍ୟମରେ ହେଉ, ସ୍କୁଲ ଆସିବା ଓ ହଷ୍ଟେଲରେ ପିଲା ରହିବା ପାଇଁ କନସେଣ୍ଟ ଫର୍ମ ବାଧ୍ୟତାମୂଳକ । ହଷ୍ଟେଲ ଖୋଲିବା ନେଇ ଏସଓପି ମଧ୍ୟ ଜାରି ହୋଇ ସାରିଛି ।

ଆଇସିଏମ୍ଆରରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏକ ପ୍ରକାର ଆଲୋଚନା ଚାଲିଛି । ଏନେଇ କୌଣସି ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟକୁ ଆସିନାହିଁ । ତର୍ଜମା ଚାଲିଛି ନିର୍ଯ୍ୟାସ ଆସିଲେ ରାଜ୍ୟ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ ।'


ସେହିପରି ଆମର ସର୍ଭିଲାନ୍ସ ରଖିବା ହେଉଛି ମୁଖ୍ୟ କାର୍ଯ୍ୟ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ । ସରକାର ଯେଉଁ ଭଳି ଭାବେ କହିଛନ୍ତି କୋଭିଡ କଟକଣା ମାନିବାକୁ ହେବ ତେଣୁ ସ୍କୁଲ କର୍ତ୍ତୃପକ୍ଷ ତାହାକୁ ତଦାରଖ କରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ କାମ ଆରମ୍ଭ ହେବ ତାହାର ସର୍ଭିଲାନ୍ସ ଉପରେ ନଜର ରହିବ । ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ତା ନାହିଁ । ଆମେ ଯେଉଁ ବୟସ ଅନୁଯାୟୀ ଟୀକାକରଣ କରୁଛୁ, ସମସ୍ତ ଶିକ୍ଷକ ସେଥିରେ ଅନ୍ତର୍ଭୁକ୍ତ। ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି, ସେମାନେ ନେବା କଥା, ଯଦି ନେଇ ନାହାନ୍ତି ସ୍ୱତଃପ୍ରବୃତ ଭାବରେ ଆସି ଟିକା ନିଅନ୍ତୁ ବୋଲି ସମୀର ଦାସ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.