ETV Bharat / city

ଛାତ୍ର ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ବିଫଳତାରୁ ଆତ୍ମହତ୍ୟା !

author img

By

Published : Aug 1, 2022, 11:07 PM IST

ଛାତ୍ର ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ଶ୍ରୀକ୍ଷେତ୍ର ବିହାରରେ ଏକ ଭଡ଼ା ଘରୁ ଛାତ୍ର ନେତା ଶକ୍ତି ସ୍ବରୂପ ଶତପଥୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

student leader suicide in bhubaneswar
ଛାତ୍ର ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ବିଫଳତାରୁ ଆତ୍ମହତ୍ୟା

ଭୁବନେଶ୍ବର: ଝୁଲନ୍ତା ଅବସ୍ଥାରେ ରାଜନୈତିକ ଦଳର ଛାତ୍ର ନେତାଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ସ୍ଥିତ ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାରରେ ଏକ ଭଡ଼ା ଘରୁ ଛାତ୍ର ନେତା ଶକ୍ତି ସ୍ବରୂପ ଶତପଥୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରେମରେ ବିଫଳ ହେବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।

ଛାତ୍ର ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଛାତ୍ର ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୃତ ଶକ୍ତି ସ୍ବରୂପ ଗଞ୍ଜାମ ଜିଲ୍ଲା ଆସ୍କାର ହୋଇଥିବା ଜଣାପଡ଼ିଛି । ଶ୍ରୀକ୍ଷେତ୍ର ବିହାର ସ୍ଥିତ ଭଡାଘରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ମିଳିଥିବା ସୂଚନା ଅନୁସାରେ ସେ ଗାଡି ବ୍ୟବସାୟ କରନ୍ତି । ଗତ କିଛିଦିନ ଧରି ତାଙ୍କର ପ୍ରେମ ବ୍ୟାପାରକୁ ନେଇ ବ୍ରେକଅପ ହୋଇଥିଲା । ଯାହାକୁ ନେଇ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.