ETV Bharat / city

ସାଂସଦ ଅପରାଜିତାଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

author img

By

Published : Mar 8, 2022, 8:16 PM IST

ସାଂସଦ ଅପରାଜିତାଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା
ସାଂସଦ ଅପରାଜିତାଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଗଲାଣି ବିଜେପି-ବିଜେଡି ବାକଯୁଦ୍ଧ । ଭୋଟ କିଣାବିକା ହେଉଥିବା ବିଜେପି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ ଆଣିଥିବାବେଳେ ଜବାବ ରଖିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ପଣ୍ଡା । ଅଧିକ ପଢନ୍ତୁ

ଭୁବନେଶ୍ବର: ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଗଲାଣି ବିଜେପି-ବିଜେଡି ବାକଯୁଦ୍ଧ । ଭୋଟ କିଣାବିକା ହେଉଥିବା ବିଜେପି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ ଆଣିଥିବାବେଳେ ଜବାବ ରଖିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ପଣ୍ଡା ।

ସାଂସଦ ଅପରାଜିତାଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

ମନ୍ତ୍ରୀ ଅଶୋକ ପଣ୍ଡା ଜବାବ ଦେଇ କହିଛନ୍ତି ସାଂସଦ ଅପରାଜିତା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଅଶୋକ କହିଛନ୍ତି ଯେ, ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଆଶାତୀତ ସଫଳତା ଅର୍ଜନ କରିଛି । ବିଜେପି ବିଫଳ ହୋଇଛି । ଏହାକୁ ନେଇ ଅପରାଜିତା ନିରାଶ ହୋଇଛନ୍ତି । ମୁଁ ତାଙ୍କ ହତାଶ ମନୋଭାବକୁ ବୁଝି ପାରୁଛି । ଅପରାଜିତା ଏକ ରାଜନୈତିକ ଦଳରେ ଅଛନ୍ତି । ତେଣୁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଅଶୋକ କହିଛନ୍ତି ।

ଗତକାଲି(ସୋମବାର) ଅପରାଜିତା ବିଏମସି ପୌର ନିର୍ବାଚନ ଲାଗି ଭୋଟ କିଣାବିକାର ଅଭିଯୋଗ କରିଥିଲେ। ତାଙ୍କ ପାଖରେ ତିନୋଟି ଭିଡିଓ ରେକର୍ଡିଂ ଅଛି ବୋଲି କହିଥିଲେ । ଠିକ ସମୟରେ ଏହାକୁ ପ୍ରକାଶ କରାଯିବ ବୋଲି ସେ କହିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.