ETV Bharat / city

ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Aug 4, 2021, 12:54 PM IST

ତୃତୀୟ ଲହର ପ୍ରତିହତ ପାଇଁ ସରକାର ପ୍ରସ୍ତୁତ ଥିବା କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ବିଜୟ ମହାପାତ୍ର
ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ବିଜୟ ମହାପାତ୍ର

ଭୁବନେଶ୍ବର: କରୋନାର ତୃତୀୟ ଲହରକୁ ନେଇ ସ୍ବାସ୍ଥ୍ୟ ନିଦେର୍ଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ସମ୍ଭାବ୍ୟ ତୃତୀୟ ଲହର ମହାମାରୀର ଏକ ପ୍ରକ୍ରିୟା ଯାହାପାଇଁ ଆମେ ସର୍ଭିଲାନ୍ସ ଜାରି ରଖିବା ଯେଉଁମାନେ ଗୁରୁତର ହେବ ସେମାଙ୍କୁ ଟ୍ରିଟମେଣ୍ଟ କରାଯିବ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ବିଜୟ ମହାପାତ୍ର

ସେ କହିଛନ୍ତି ଯେ, 'ଟୀକାକାରଣ ଉପରେ ଆମେ ଅଧିକ ଫୋକସ୍ କରୁଛୁ । ଆଗକୁ ତୃତୀୟ ଲହର ଆସିବା ନେଇ ଭବିଷ୍ୟ ବାଣୀ କରାଯାଇଛି । ତେଣୁ ଲୋକମାନେ ସଚେତନ ରହିବା ଦରକାର ଆଉ ଏହାର ପ୍ରତିକାର ପାଇଁ ଆମେ ପ୍ରସ୍ତୁତ ଅଛୁ । ରାଜ୍ୟରେ ହାରାହାରି ୬୦ ରୁ ୭୦ ଜାଗାରେ ଟେଷ୍ଟିଂ କରାଯାଉଛି । ଆଉ ୧୪ଟି ଜାଗାରେ ଆର୍ଟିଫିସିଆଲ ଲ୍ଯାବ ହେବ । ଯେଉଁମାନେ ଆସିପାରୁ ନାହନ୍ତି ସେମାନଙ୍କ ଟେଷ୍ଟିଂ ପାଇଁ ସୁବିଧା କରାଯିବ । ଆମେ ସବୁବେଳେ ଟେଷ୍ଟିଂକୁ ସଠିକ ଭାବରେ ଜାରି ରଖିବା ।'

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.